ବ୍ଲକ ସ୍ତରୀୟ କିଶୋର ଓ କିଶୋରୀ ଅନ୍ତର୍ନିହିତ ପ୍ରତିଭା କାର୍ଯ୍ୟକ୍ରମ।
ରଘୁନାଥପୁର:- ତା ୧୭/୧୧- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସ୍ତରୀୟ ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୋମବାର ଦିନ ମିଶିନଶକ୍ତି ସଭା କକ୍ଷରେ ଅଦ୍ୱିକା ଯୋଜନା ଅନ୍ତର୍ଗତ ଟାଲେଣ୍ଟ ହଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ରଘୁନାଥପୁର ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ର ଅଧିକାରିଣୀ ତୃପ୍ତି ଲତା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପୁର ମଣ୍ଡଳ ଅଧିକାରୀ ବିରଞ୍ଚିନାରାୟଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବେ ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ଅତିରିକ୍ତ ଶିକ୍ଷା ଅଧିକାରୀ ଆଶୁତୋଷ ବାନାର୍ଜୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ର ପରିଦର୍ଶିକା ଲିପ୍ସା ପ୍ରିୟଦର୍ଶିନୀ, ସୋନାଲି ପ୍ରିୟଦର୍ଶିନୀ, ବିଜୟଲକ୍ଷ୍ମୀ ପଣ୍ଡା , ବ୍ଲକ ପୋଷଣ ସଂଯୋଜକ ସୁପ୍ରିୟା ମହାନ୍ତି ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ ରଖିଥିଲେ। ଏଠାରେ ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମରେ ୧୦ ରୁ ୧୯ ବର୍ଷ କିଶୋରୀ ବାଳିକା ଏବଂ ଅଙ୍ଗନବାଡି କର୍ମୀ ରେଶ୍ମାରାଣୀ ଖଟୁଆ, ନିରୂପମା ମହାରଣା, ରେଣୁବାଳା ପରିଡା, ଗୀତାଞ୍ଜଳି ଦାସ, ଦମୟନ୍ତୀ ମହାନ୍ତି ଏବଂ ସବିତା ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗନ୍ନାଥ ପୁର ଗ,କନ୍ଦରାପଟି, ଜଗନ୍ନାଥ ପୁର କ,ଖଣ୍ଡତରୀ,ବର୍ତ୍ତି, ରଣହତା, ବିଦ୍ୟାଧର ପୁର କ, ଅଚ୍ୟୁତ ପୁର, କରି ମୂଳ, ସାନକୋରକୋର, ରାଉତ ନୂଆଗାଁ, ରାମଚନ୍ଦ୍ରପୁର, ଗହ୍ମାପୁର କୁ , ଜୟପୁର କ, ଦୋନ୍ଦୁଅ ଅଙ୍ଗନବାଡି କେନ୍ଦ୍ରର ପରିସର ମଧ୍ୟରେ ଥିବା କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ କିରାଣି ପ୍ରଣୟ କୁମାର ସ୍ୱାଇଁ ଏବଂ କର୍ମଚାରୀ ଶିବ ପ୍ରସାଦ ମହାନ୍ତି ସହଯୋଗ କରିଥିଲେ। ସର୍ବଶେଷରେ ୧୯ ଜଣ କିଶୋରୀ ବାଳିକା ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
