ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ

ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ଜଗତସିଂହପୁର ତା ୧୮.୧୧.୨୫ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି|ନଭେମ୍ବର ୧୮ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ ଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ପତାକା ଦେଖାଇ ଉଦଘାଟନ କରିଥିଲେ | ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ପୌରହିତ ରେ ଏହି ସଚେତନତା ରଥ ଉଦ୍ଘାଟନ ହୋଇ ଥିଲା | ଏଥିରେ କନିଷ୍ଠ ମଟର ଯାନ ନିରିକ୍ଷକ ମନୋରମା ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରତାପ କୁମାର ବେହେରା ଗୁରୁଗୋରେଖ ଟ୍ରାଭେଲରସ୍ ପରିଚାଳକ ସୂର୍ଯ୍ୟ ନାରାୟଣ ମହାନ୍ତି ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *