ଯାଜପୁର ଜିଲ୍ଲା ଓଷ୍ଟା ପକ୍ଷରୁ ଜାରକା ଉଚ୍ଚ ବିଦ୍ୟାଳୟ ପରିସରରେ କାରବାରଣ ଦିବସ ପାଳିତ

ଯାଜପୁର ଜିଲ୍ଲା ଓଷ୍ଟା ପକ୍ଷରୁ ଜାରକା ଉଚ୍ଚ ବିଦ୍ୟାଳୟ ପରିସରରେ କାରବାରଣ ଦିବସ ପାଳିତଧର୍ମଶାଳା — ଯାଜପୁର ଜିଲ୍ଲା ଓଷ୍ଟା ପକ୍ଷରୁ ଧର୍ମଶାଳା ବ୍ଲକ ଜାରକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ କାରାବରଣ ଦିବସ ସଂଗଠନର ସଭାପତି ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତରେ ପାଳିତ ହୋଇଯାଇଛି l ୨୦୦୭ ମସିହାରେ ଶିକ୍ଷକ ଆନ୍ଦୋଳନରେ କାରାବରଣ କରି ୨୧ ଦିନ ବନ୍ଦୀ ଜୀବନ ବିତାଇ ଥିବା ମହାନୁଭବ ୧୧ ଜଣ ଶିକ୍ଷକଙ୍କ ସମ୍ମାନାର୍ଥେ ଉକ୍ତ ଦିବସ ପାଳିତ ହୋଇ ଥାଏ l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଓଷ୍ଟା’ର ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ,କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,ସଂପାଦକ ନିର୍ମଳ କୁମାର ଜେନା,ଜିଲ୍ଲା ଓଷ୍ଟା ସଭାପତି ସୁନନ୍ଦ କୁମାର ରାଉତ,ଯୁଗ୍ମ ସଂପାଦକ ରାଜକିଶୋର ପରିଡା ପୂର୍ବତନ ଓଷ୍ଟା କାର୍ଯ୍ୟକର୍ତ୍ତା ରଘୁନାଥ ବେହେରା, ନୃସିଂହ ଚରଣ ବେହେରା,ସନ୍ତୋଷ କୁମାର ବିଶ୍ୱାଳ, ବିଷ୍ନୁଚରଣ ସାହୁ,କୋରାଇ ବ୍ଲକ ଓଷ୍ଟା ସମ୍ପାଦକ ସରୋଜ କୁମାର ରାଉତ,ଧର୍ମଶାଳା ବ୍ଲକ ଓଷ୍ଟା ପୂର୍ବତନ ସଭାପତି ସୁଦାମ ପଣ୍ଡା,ସଭାପତି ସୁଜାତା ମହାପାତ୍ର, ସଂପାଦକ ସଂଜୟ କୁମାର ସାହୁ, ବରୀ ବ୍ଲକ ଓଷ୍ଟା ସଂପାଦକ ଦିବ୍ୟଲୋଚନ ମହାପାତ୍ର, ସୁକିନ୍ଦା ବ୍ଲକ ଓଷ୍ଟା ସମ୍ପାଦକ ଅମୂଲ୍ୟ କୁମାର ନାୟକ,ରସୁଲପୁର ବ୍ଲକ ଓଷ୍ଟା ସଂପାଦକ ପ୍ରଭାତ କୁମାର ଚନ୍ଦ, ଯାଜପୁର ବ୍ଲକ ଓଷ୍ଟା ସମ୍ପାଦକ ଉପେନ୍ଦ୍ର କୁମାର ବେହେରା,ସୁକିନ୍ଦା ବ୍ଲକ ଓଷ୍ଟା ସଭାପତି ଶ୍ରୀପତି ବାରିକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କାରାବରଣ କରିଥିବା ଶିକ୍ଷକମାନଙ୍କର ତ୍ୟାଗ ଓ ନିଷ୍ଠାର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ l ଉକ୍ତ ଦିବସ ସମ୍ପର୍କରେ ସଂଗଠନର ସଂପାଦକ ପବିତ୍ର କୁମାର ପଣ୍ଡା ଆଲୋଚନା ଛଳରେ ବିସ୍ତୃତ ଭାବରେ ଶିକ୍ଷକ ସମାଜ ଓ ଶିକ୍ଷାର୍ଥୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁନର୍ବାର ୨୦୦୭ ଆନ୍ଦୋଳନଠାରୁ ଅଧିକ ପ୍ରଭାବଶାଳୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l କାରାବରଣ କରିଥିବା ଶିକ୍ଷକ ଇନ୍ଦ୍ରମଣି ବାରିକ,ପ୍ରସନ୍ନ କୁମାର ପୃଷ୍ଟି, ପବିତ୍ର ମୋହନ ଦାଶ,ଧର୍ମେନ୍ଦ୍ର କୁମାର ଦାସ,ପୂର୍ବତନ ଜିଲ୍ଲା ଓଷ୍ଟା ସଂପାଦକ ବିଷ୍ଣୁ ଚରଣ ସାହୁ, ପୂର୍ବତନ ଜିଲ୍ଲା ଓଷ୍ଟା ସଭାପତି ସନ୍ତୋଷ କୁମାର ବିଶ୍ୱାଳ,ପୀତାମ୍ବର ସ୍ୱାଇଁ,ସରୋଜ କୁମାର ରାଉତପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାରାବରଣ କରିଥିବା ପରଲୋକଗତ ତିନିଜଣ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ସାମଲ, ପୂର୍ବତନ ଜିଲ୍ଲା ଓଷ୍ଟା ସଭାପତି ହରେକୃଷ୍ଣ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଶେଷରେ ଜିଲ୍ଲା ଓଷ୍ଟାର ଉପସଭାପତି ପ୍ରତାପ ଚନ୍ଦ୍ର ପହି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *