ଭଦ୍ରକ ବ୍ଲକ ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ଠାରେ ବିଜେପି ର ବନ୍ଧୁ ମିଳନ
ଭଦ୍ରକ ବ୍ଲକ ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ଠାରେ ବିଜେପି ର ବନ୍ଧୁ ମିଳନ ସହିତ ମିଶ୍ରଣ ପର୍ବ ବାଣିତିଆ ପଞ୍ଚାୟତର ‘ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ’ରେ ବିଜେଡ଼ି ଦଳକୁ ପରିତ୍ୟାଗ କରି ଅନେକ ଯୁବଶକ୍ତି ଓ ଅନୁଭବୀ ବରିଷ୍ଠ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ଦୁରଦୃଷ୍ଟିଶୀଳ ନେତୃତ୍ୱ ଓ ଲୋକାଭିମୁଖୀ ଯୋଜନାରେ ବିଶ୍ୱାସ ପ୍ରକଟ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ।ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଗ୍ରାମ ର ସରପଞ୍ଚ ବହୁ ବରିଷ୍ଠ ସଦସ୍ୟ ପିଏସ ମେମ୍ବର ସାମିଲ ହୋଇଥିଲେ। ଶଙ୍ଖ ହୁଳହୁଳି ରେ ବାଣିତିଆ ପଞ୍ଚାୟତ କମ୍ପି ଉଠିଥିଲା। ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା। ଶହ ଶହ ସଂଖ୍ୟାରେ ଗ୍ରାମ ବାସୀ ଦୀର୍ଘ ସମୟ ଅପେକ୍ଷା କରିଥିଲେ ବିଧାୟକ ଆସିବାକୁ। ବିଜେପି ରେ ମିଶି ଥିବା ସମସ୍ତ ସଦସ୍ୟ ମାନଙ୍କୁ ଉତ୍ତରୀ ଟୋପି ଫୁଲ ଗୁଛ ଦେଇ ସ୍ବାଗତ କରାଯାଇଥିଲା।l
