ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡା-୨୦/୧୧-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ “ପୋଷ୍ୟ ସନ୍ତାନ ସଚେତନତା ରଥ”ର ଭବ୍ୟ ଉଦ୍ଘାଟନ କଲେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଉପଜିଲ୍ଲାପାଳ, ଗୁଣୁପୁର ଶ୍ରୀ ଦୁଧlଳ ଅଭିଶେଖ ଦିଲ୍ଲୀପ, ଡିଆଇପିଆରଓ ଶ୍ରୀ ବସନ୍ତ କୁମାର ପ୍ରଧାନ, ଡିସିପିଓ ଶ୍ରୀ ମହାଦେବ ଚିଚୁଆନ୍, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାଶରଥି ସୋରେନ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତି ପ୍ରତିମା ଦାଶ,ତଥା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ, ଡିସିପିଉ କର୍ମଚାରୀ ଓ ଆଇ ସି ଡ଼ିଏସ ଷ୍ଟାଫ ଉପସ୍ଥିତ ଥିଲେ।ଏହି ସଚେତନତା ରଥର ବୁଧବାର ଆରମ୍ଭ ସହିତ ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନଙ୍କ ସୁରକ୍ଷା ଓ କଳ୍ୟାଣକୁ ଧ୍ୟାନରେ ରଖି ବୈଧ ଦତକ ପ୍ରକ୍ରିୟା ବିଷୟରେ ସମାଜରେ ସଚେତନତା ବ୍ୟାପିତ କରିବାକୁ ଉଦ୍ୟମ କରୁଛି। ରଥ ମାଧ୍ୟମରେ ଜନସାଧାରଣଙ୍କୁ ଦେଶର ବୈଧ ଆଇନ, ଦତକର ନିୟମ, ପ୍ରକ୍ରିୟା ଏବଂ ଶିଶୁସୁରକ୍ଷା ସମ୍ପର୍କରେ ସଠିକ୍ ସୂଚନା ପହଁଚାଇବା ଲକ୍ଷ୍ୟ।

ଏହି ସଚେତନତା ରଥ ଆଜ ତା 20.11.2025 ରୁ ଆସନ୍ତା 10.12.2025 ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ଓ ଦୁର୍ଗମ ଅଞ୍ଚଳ ଭ୍ରମଣ କରିବ। ସମସ୍ତ ବିଭାଗର ସହଭାଗୀତା ତଥା ବିଡ଼ିଓ ଏବଂ ପିଓ ମାନଙ୍କ ସହାୟତା ରେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରୁ ଏହି ରଥ ସଚେତନତା କରିବ। ସମସ୍ତ ବିଭାଗ ମିଶି ପୋଷ୍ୟ ସନ୍ତାନ ସମ୍ପର୍କରେ ଜନଜାଗରଣ କରିବାକୁ ସମୁଦାୟ ବା ଗୋଷ୍ଠୀ ମଧ୍ୟରେ ସନ୍ଦେଶ ପହଁଚାଇବେ।ଏହି ସଚେତନତା ରଥ ଦ୍ୱାରା ଜିଲ୍ଲାର ପ୍ରତ୍ୟେକ ଘରକୁ ବୈଧ ଦତକ ବିଷୟରେ ସଠିକ୍ ବିଷୟ ପହଁଚିବା ସହିତ ପୋଷ୍ୟ ସନ୍ତାନଙ୍କ ଭବିଷ୍ୟତ, ସୁରକ୍ଷା ଓ କଲ୍ୟାଣ ପାଇଁ ସମାଜର ସକାରାତ୍ମକ ଭୂମିକା ଗଢ଼ି ଉଠିବ।

Leave a Reply

Your email address will not be published. Required fields are marked *