ସୋରଡ଼ା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ସୋରଡ଼ା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।ଗଞ୍ଜାମ ଜିଲ୍ଲା ସୋରଡା ସ୍ଥିତ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ,ସମ୍ମାନୀତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା,ରମେଶ ଚନ୍ଦ୍ର ସାହୁ ବିଇଓ, ଜୋସେଫ ବାଲିଆ ପରମବିଲି, ମୁଖ୍ୟବକ୍ତା ରୂପେ ସୁଶୀଳା ପାତ୍ର ଏବିଇଓ, ପିତାମ୍ବର ନାୟକ ଏବିଇଓ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ବେହେରା ଯୋଗ ଦେଇଥିଲେ । କୁନି ବିଜ୍ଞାନୀ ମାନଙ୍କୁ ଉଛାହିତ କରିଥିଲେ ଉପସ୍ଥିତ ଅତିଥି ଗଣ ।ଏହି କାର୍ଯ୍ୟକ୍ରମକୁ ବିଶେଷ ଆୟୋଜନ କରାଯାଇ ବିଜ୍ଞାନ ପ୍ରତି ରୁଚି ରଖିଥିବା ସମସ୍ତ ପ୍ରତିଯୋଗି ମାନଙ୍କୁ ସମ୍ମେଳନ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପିଲାମାନଙ୍କ ଶିକ୍ଷା ସହିତ ବୌଦ୍ଧିକ, ଗଣିତ, ଓ ଜ୍ଞାନ ବିଜ୍ଞାନ ନେଇ ବିଭିନ୍ନ ପ୍ରକଳ୍ପ ଆଣିଥିଲେ । ପରିଶେଷରେ ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ଲୁକ୍କାୟିତ ଜ୍ଞାନ ପ୍ରତିଭାର ଏକ ସମ୍ଭାର ଦେଖି ବାକୁ ମିଳିଥିଲା। 125 ଜଣ ଭାଗ ନେଇଥିଲେ ଓ ଏଥିରେ ଉର୍ତ୍ତିନ ଲଭକରିଥିବା 10 ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ପୁରସ୍କାର ଦେବା ସହ ସେମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ପ୍ରେରଣ କରାଯିବ କହିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ।
