ନାହିଁ ନାହିଁ ରେ ଚାଲିଛି ଉଦଳା ଉପଖଣ୍ଡ ଡାକ୍ତରଖାନା

ଉଦଳା ତା୨୧ /୧୧ /୨୫:- ଉଦଳା ଉପଖଣ୍ଡ ଡାକ୍ତର ଖାନା ସବୁ ମାହାଙ୍ଗା ରେ ଚାଲିଥିବା ସର୍ବସାଧାରଣଙ୍କ ଦୃଷ୍ଟି ଗୋଚରକୁ ଆସିଛି । ତେବେ ଅନୁଧ୍ୟାନ କରିବାରୁ ଜଣାପଡେ ଡାକ୍ତର ଖାନା ରେ ବିଭିର୍ନ୍ନ ବିଭାଗରେ ବିଶେଷଜ୍ଞ ପଦ ଦୀର୍ଘଦିନ ଧରି ଖାଲି ପଡି ରହିଛି l ଫଳରେ ରୋଗୀ ସେବା ବାଧା ପଡିବl ନିଶ୍ଚିତ। ଏହି ଉପଖଣ୍ଡ ଡାକ୍ତର ଖାନା ଉପରେ ସାଢେ ଚାରି ଲକ୍ଷ ଲୋକ ନିର୍ଭର କରିଥାନ୍ତି l ଏପରିକି ନିକଟସ୍ଥ ବାଲେଶ୍ୱର, କେଉଁଝର ଜିଲ୍ଲାରୁ ରୋଗୀ ମାନେ ଆସୁଥିବା ନଜିର ମଧ୍ୟ ଅଛି l ବିଶେଷଜ୍ଞ ଅଭାବରୁ ଏଠାରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ମୋଟ ୨୫ଜଣ ବିଶେଷଜ୍ଞା ଆବଶ୍ୟକ ଥିବା ବେଳେ ବର୍ତ୍ତମାନ କେବଳ ୧୮ ଜଣ ଡାକ୍ତରଙ୍କୁ ନେଇ ଡାକ୍ତର ଖାନା ଚାଲୁଛି l ଡାକ୍ତର ଖାନରେ ବିଶେଷଜ୍ଞା ପଦ ପୂରଣ ଲାଗି ଜଣ ସାଧାରଣ ବହୁବାର ଦାବି ଉପସ୍ଥାପିତ କଲେବି ଉପରିସ୍ଥ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦରେ lଏ ବିଷୟ ରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ଃ ଲଷ୍ମୀ କାନ୍ତ ପତିଙ୍କୁ ପଚାରିବାରୁ ସେ ପ୍ରତିଉତ୍ତରରେ କହନ୍ତି ଏବାବଦରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ତେବେ ରୋଗୀ ସେବା ସହଜ କରିବାଲାଗି ସରକାର ଆଶୁ ପଦକ୍ଷେପ ନେବେ ବୋଲି ଜନ ସାଧାରଣ ଆଶାବାଦୀ l

Leave a Reply

Your email address will not be published. Required fields are marked *