କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
କୋଣାର୍କ – ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପାଦ ଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୮.୩୦ ଘଟିକା ପର୍ଯ୍ୟନ୍ତ କୋଣାର୍କ ଉତ୍ସବର ଆୟୋଜନ ହେବାକୁ ଯାଉଛି । ସେଥି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପର୍ଯ୍ୟଟନ ବିଭାଗ ସଚିବ ବଲଵନ୍ତ ସିଂ, ବାଲୁକା କଳା ସଂଯୋଜକ ପ୍ରଦ୍ମଶ୍ରୀ ସୁଦର୍ଶନ ପଟନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାୟ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦେଲେ ଏହି ଉତ୍ସବ ଉତ୍କୃଷ୍ଟ ମାନର ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି ପର୍ଯ୍ୟଟନ ବିଭାଗ । କୋଣାର୍କ ଉତ୍ସବ ଯେଉଁଥରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କୁଚିପୁଡ଼ି, କଥକଲି, ମଣିପୁରୀ ଏବଂ କଥକ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ ।

ସେହିପରି ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୨୫ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେବ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବ ଆୟୋଜିତ ହେବ । ଚଳିତ ବର୍ଷ ଦେଶ ବାହାରୁ ଯଥା ଜାପାନ, ଋଷିଆ, ସ୍ପେନ୍, ପର୍ତ୍ତୁଗାଲ ଓ ଶ୍ରୀଲଙ୍କା ସହିତ ଭାରତର ବିଭିନ୍ନ ରାଜ୍ୟରୁ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ତାମିଲନାଡୁ, ଝାଡ଼ଖଣ୍ଡ, ପଣ୍ଡିଚେରୀ, ତେଲେଙ୍ଗାନା, ତ୍ରିପୁରା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ତଥା ଓଡ଼ିଶାର ୨୯ଟି ଜିଲ୍ଲାରୁ ସର୍ବମୋଟ ୧୪୩ ଜଣ ବାଲୁକାକଳା ଶିଳ୍ପୀ ଅଂଶଗ୍ରହଣ କରିବା ପାଇଁ ନିଷ୍ପଭି ହୋଇଛି । ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ଉତ୍ସବକୁ ଦୃଷ୍ଟିରେ ରଖି ପ୍ରଶାସନିକ କ୍ଷେତ୍ରରେ ଟ୍ରାଫିକ ବ୍ୟବସ୍ତା, ପରିମଳ, ସ୍ୱାସ୍ଥ୍ୟ, ଆଲୋକୀକରଣ, ପାନୀୟଜଳ, ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବିଭାଗ, ଲାଇଫଗାର୍ଡଙ୍କ ସମେତ ବ୍ୟପକ ପୋଲିସ ମୁତୟନ କାରଯିବ। ଏହି ଉତ୍ସବରେ ଚନ୍ଦ୍ରଭାଗାରେ ସୁଭଦ୍ରା ଶକ୍ତି ମେଳା, ହେଲିପ୍ୟାଡ ରେ ମୀନା ବଜାର, ଅପେରା ବ୍ୟବସ୍ତା କାରଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।
