ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି
“ରାୟଗଡା/୨୨/୧୧-ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଶନିବାର ଦିନ ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ଼ା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଳସ୍ୱାମୀ,ଵିଷମ କଟକ ବିଧାୟକ ନୀଳମାଧଵ ହିକକା,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର,ଗୁଣପୁର ଉପଜିଲ୍ଳାପାଳ ଶ୍ରୀ ଦୁଧlଳ ଅଭିଷେଖ ଦିଲ୍ଲୀପ,ରାୟଗଡା ଉପଜିଲ୍ଳାପାଳ ରମେଶ କୁମାର ଜେନା,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଦଶରାଥି ସୋରେନ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଏହେସlନ ଶେଖଙ୍କ ସମେତ ଚାଷୀପ୍ରତିନିଧି, ମିଲର୍ସ, ସମବାୟ ସମିତି ସଂପାଦକ, ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ଖରିଫ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୭୩ ହଜାର ୨୦୦ ମେଟ୍ରିକ ଟନ ଧାନ ଚାଷୀମାନଙ୍କଠୁ କିଣାଯିବ l ଜିଲ୍ଲାରେ ୨୧ ହଜାର ୪୮୬ ଜଣ ଚାଷୀଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଛନ୍ତି l ଗତବର୍ଷ ୧ ଲକ୍ଷ ୨୨ ହଜାର ୬୯ ମେଟ୍ରିକ ଟନ ଧାନ ଆକାରରେ ୮୧ ହଜାର ୭୨୨ ମେଟ୍ରିକ୍ ଟନ ଚାଉଳ ସଂଗ୍ରହ କରାଯାଇଥିଲା l ଜିଲ୍ଲାର ୧୮ ହଜାର ୯୬୩ଜଣ ପଂଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଥିଲା ଏବଂ ଏଥିରେ ୧୪ ଟି ଲ୍ୟାମ୍ପସ୍ ଅଧିନରେ ୪୩ଟି ମଣ୍ଡି ଖୋଲାଯାଇଥିଲା ଏବଂ ଜିଲ୍ଳାର ୧୧୧ ଜଣ ମିଲର୍ସ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ମଧ୍ୟ ୪୩ଗୋଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ l ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନୁହୁଅନ୍ତି ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ରାୟଗଡ଼ ବିଧାୟକ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ l

ଏହା ସହିତ ପ୍ରକୃତ ଚାଷୀଙ୍କୁ ବୈଠକକୁ ଡକାଯାଉ ବୋଲି କହିଥିଲେ l ଜିଲ୍ଲାରେ ଚାଷୀ ମାନକଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l ଧାନର କ୍ରୟମୂଲ୍ୟ ଓଡିଶାର ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ଟଙ୍କା ଓ ଏ ଗ୍ରେଡ଼ର ଧାନ ମୂଲ୍ୟ ୨୩୮୯ଟଙ୍କା ସରକlର ଧlର୍ଯ୍ୟ କରିଛନ୍ତି l ଇମ୍ପୁଟ ସହାୟତା ଟ୭୩୧/- କରାଯାଇଛି l ଅନ୍ୟରାଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଉପଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ l ଚାଷୀ ମାନଙ୍କଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଜମା କରାଯିବ l ଚାଷୀ ଏଫକ୍ୟୁ ମlନର ଧାନ ମଣ୍ଡିକୁ ଆଣିବେ l ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ l ମଣ୍ଡିରେ ଚାଷୀଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି l ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୧୭ତାରିଖରେ ଆରମ୍ଭ କରାଯାଇ ୩୧ମାର୍ଚ୍ଚ ୨୦୨୬ଯାଏଁ କିଣାଯିବ l ସେହିପରି ପଦ୍ମପୁର ଓ ଗୁଣୁପୁର ବ୍ଲକରେ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ମଣ୍ଡି ଖୋଲାଯିବ l ଚାଷୀମାନଙ୍କ ଜାଣିବା ପାଇଁ ବିଭିନ୍ନ ମାଧ୍ୟମରେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ବ୍ୟାପକ ସଚେତନତା କରାଯିବ l
