ପରିବେଶ ସୁରକ୍ଷା ଆମର ଉତ୍ତରଦାୟୀତ୍ୱ୍ୱ

ପରିବେଶ ସୁରକ୍ଷା ଆମର ଉତ୍ତରଦାୟୀତ୍ୱ୍ୱ

ଦଶପଲ୍ଲା : ମାନବ ବଞ୍ଚିବା ପାଇଁ ଏକ ସ୍ୱଚ୍ଛ ପରିବେଶର ଗୁରୁତ୍ୱ। ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ବ୍ଲକ ଟାକରା ପଂଚାୟତ ଅନ୍ତର୍ଗତ ମିଟୁକୁଳି ଗ୍ରାମ ନିକଟରେ ଥିବା “ରତ୍ନଗଣ୍ଡ “ଝରଣାକୁ ଗ୍ରାମସଭା ସମୂହ, ଦଶପଲ୍ଲା ପକ୍ଷରୁ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାନାମ୍ବର ନାୟକ, ଲକ୍ଷ୍ମୀଧର ମୁଦୁଲି ପ୍ରମୁଖ ସହଯୋଗ କରିଥିବା ବେଳେ ଟାକରା, ମିଟୁକୁଳି, ବାଙ୍କତୈଳା, ବୁଗୁଡ଼ା, ପାନାବାରୀ ଗ୍ରାମର ଜନସାଧାରଣ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରତ୍ନଗଣ୍ଡ ଜଳପ୍ରପାତର ସଫେଇ କରିଥିଲେ। ଗ୍ରାମସଭା ସମୂହ, ଦଶପଲ୍ଲା କମିଟିର ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି କି ପ୍ରତ୍ୟକବର୍ଷ ପିକନିକ ଋତୁରେ ଏହି ପ୍ରଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଏହି ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବାବେଳେ ଭୋଜିଭାତ କରି ଫେରିଲା ବେଳକୁ ପ୍ଲାଷ୍ଟିକ ବୋତଲ, ଜରି, ମଦ୍ୟପାନ କରି କାଚବୋତଲ କୁ ଏଣେତେଣେ ଫୋପାଡ଼ି ଦେଇଚାଲି ଯାଉଛନ୍ତି। ଫଳରେ ଅନ୍ୟପାଇଁ ଏହା ବିପଦ ସାଜୁଥିବାବେଳେ ବହୁ ସମସ୍ୟା ଘଟୁଛି। ତେଣୁ ଆମର ଏଥିପାଇଁ ଏ ପ୍ରୟାସ ଜଳପ୍ରପାତଟିକୁ ସଫାକରିବା ସହିତ ପ୍ରଚାରପ୍ରସାର, ହୋଡିଂ ଲଗାଇ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନତା କରିବା ମଧ୍ୟ ଆମର ମୂଳ ଲକ୍ଷ୍ୟବୋଲି କହିବା ସହ ଜଙ୍ଗଲସୁରକ୍ଷା, ପରିବେଶ ରକ୍ଷା କରିବା, ସୁଦ୍ଧ ପରିବେଶ ସୃଷ୍ଟି କରିବା ମଧ୍ୟ ଆମର ଦାୟୀତ୍ୱ୍ୱ ବୋଲି କହିଛନ୍ତି।ଲୋକମାନଙ୍କ ମନରେ ଥିବା ନକରାତ୍ମକ ଚିନ୍ତାଧାରାକୁ ଦୁରେଇ ରତ୍ନଗଣ୍ଡ କୁ ଆସିଲେ ଅଳିଆ,ଆବର୍ଜନା ନକରି ବରଂ ଗୋଟିଏ କଡ଼ରେ ରଖିଯିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି କମିଟି।

Leave a Reply

Your email address will not be published. Required fields are marked *