ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ ତମ ଜୟନ୍ତୀ ନବରଙ୍ଗପୁରରେ ପାଳିତ

ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ ତମ ଜୟନ୍ତୀ ନବରଙ୍ଗପୁରରେ ପାଳିତ

​ନବରଙ୍ଗପୁର: ୨୨/୧୧/୨୦୨୫
​ସ୍ୱାଧୀନତା ସଂଗ୍ରାମର ବୀର ସୈନିକ ତଥା କୋରାପୁଟ ମାଟିର ଗର୍ବ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଗତକାଲି ଶନିବାର ଦିନ ନବରଙ୍ଗପୁର ସହରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।
​ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସହରରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ଶତାଧିକ ଆଦିବାସୀ ଏବଂ ମୂଳନିବାସୀ ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେଇଥିଲେ।
​ଶୋଭାଯାତ୍ରା ଓ ସ୍ମୃତିସଭା
​ଶୋଭାଯାତ୍ରା ପରେ ଅମଳା ଭବନ ସଭାଗୃହରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ମଞ୍ଚରେ ଲକ୍ଷ୍ମଣ ନାୟକ, ଡଃ ବି.ଆର୍. ଆମ୍ବେଦକର, ଜ୍ୟୋତିରାଓ ଫୁଲେ ଏବଂ ବୀରସା ମୁଣ୍ଡାଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
​ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବା ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧୂଜ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ
​ଯେ ଲକ୍ଷ୍ମଣ ନାୟକ କେବଳ ସ୍ୱାଧୀନତା ପାଇଁ ନୁହେଁ, ବରଂ ନିରୀହ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ‘ଭାରତ ଛାଡ଼ ଆନ୍ଦୋଳନ’ରେ ବଳିଦାନ ଆମ ଯୁବପିଢ଼ି ପାଇଁ ଚିରକାଳ ପ୍ରେରଣା ହୋଇ ରହିବ।”
​ସଭାରେ ମୂଳନିବାସୀ ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଦିବାସୀ ଅଞ୍ଚଳର ବିକାଶ ଉପରେ ଆଲୋଚନା କରାଯାଇଥିଲା।ମୁଖ୍ୟ ବକ୍ତା ରଞ୍ଜନ ମହୁରିଆ, ବରେଣ୍ୟ ବକ୍ତା ଚୁନି ଲାଲ ମିର୍ଜା ସମ୍ମାନୀୟ ଅତିଥି ଡମ୍ବୁସିଂ ମାଝୀ, ବିଶ୍ବନାଥ ଦିଶାରୀ, ଚନ୍ଦ୍ର ସଗରିଆ, ସୁରେଶ ଚନ୍ଦ୍ର କୋଚିମ, ମୁଖ୍ୟ ଅତିଥି ମକରନ୍ଦ ମୁଦୁଲି ।ସମ୍ମାନୀୟ ଅତିଥି ଉଦର ଗଉଡ ,ମୁରଲୀଧର ବିଷୋୟୀ।ବରେଣ୍ୟ ଅତିଥି ନରହରି ନାୟକ, ଜେମାମଣି ବିଷୋୟୀ,ବିଦ୍ୟାଧର ଦୁରିଆ,କାଦମ୍ବିନୀ ତ୍ରିପାଠୀ,ବୈକୁଣ୍ଠ ମଣ୍ଡଲ ,ଜଗଦୀଶ ଖରା,ଶରତ ପାଣିଗ୍ରାହୀ ଅନ୍ୟାନ୍ୟ ବକ୍ତାମାନେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ‘ଦକ୍ଷିଣ ଓଡ଼ିଶାର ଗାନ୍ଧୀ’ ଭାବରେ ଅଭିହିତ କରିଥିଲେ ଏବଂ ସାମାଜିକ ସମାନତା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
​କାର୍ଯ୍ୟକ୍ରମର ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମାଜିକ ଅନ୍ୟାୟ ବିରୋଧରେ ଲଢ଼ିବାକୁ ଶପଥ ଗ୍ରହଣ କରିଥିଲେ। ସ୍ଥାନୀୟ ନେତା ଓ ପୂର୍ବତନ ମନ୍ତ୍ରୀମାନଙ୍କୁ ସ୍ମରଣ କରି ନାରାମାନ ଦିଆଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *