ବସ୍ ଷ୍ଟାଣ୍ଡ ରେ ଅଗ୍ନି ନିରାପତା ଶିବିର ଅନୁଷ୍ଠିତ

ଉଦଳା ବସ୍ ଷ୍ଟାଣ୍ଡ ରେ ଅଗ୍ନି ନିରାପତା ଶିବିର ଅନୁଷ୍ଠିତ ଉଦଳା ତା ୨୩/୧୧ ଉଦଳା ବସ୍ ଷ୍ଟାଣ୍ଡ ପରିସର ମଧ୍ୟ ରେ ଉଦଳା ଘରୋଇ ବସ୍ ମାଲିକ ସଙ୍ଘ ଆନୁକୂଲ୍ୟରେ ଅଗ୍ନି ନିରାପତ୍ତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ରେ ବସ୍ ମାଲିକ ସଂଘର ସଭ୍ୟ କମଳାକାନ୍ତ ରଣା ସଭାପତିତ୍ୱ କରିଥିଲେ l ମୟୁରଭଞ୍ଜ ଜିଲ୍ଲା ପରିବହନ କାର୍ଯ୍ୟାଳୟ ର ଏମ. ଭି. ଆଇ ଶ୍ରୀଯୁକ୍ତ ସାଲଖୁ ମର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଉଦଳା ଅଗ୍ନିଶମ ବିଭାଗ ର ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ପ୍ରାରମ୍ଭରେ ଉଦଳା ବସ୍ ମାଲିକ ସଂଘର ସ୍ଥାୟୀ ସଭାପତି ରମେଶ ଚନ୍ଦ୍ର ବେହେରା ଶିବିର ଅନୁଷ୍ଠିତ ହେବା ସମ୍ପର୍କରେ ଉପସ୍ଥିତ ବସ୍ ମାଲିକ, ବସ୍ ଚାଲାକ, କଣ୍ଡକ୍ଟର , ହେଲପେର, ଓ ଉପସ୍ଥିତ ବସ୍ ଯାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ପରେ ପରେ ଏମ. ଭି. ଆଇ ମୋଟର ଯାନ ରେ ଅଗ୍ନି କିପରି ଲାଗେ ଓ ସେଥିରୁ କିପରି ଭାବରେ ଯାତ୍ରୀ ମାନେ ସୁରକ୍ଷିତ ଭାବରେ ଉଦ୍ଧାର ପାଇପାରିବେ ତା ସହିତ ଯାତ୍ରୀ ମାନେ ସୁରୁଖୁରୁରେ ରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ ତାହା ବିସ୍ତୃତ ଭାବରେ ବର୍ଣନା କରିଥିଲେ l ଏହାପରେ ଉଦଳା ଅଗ୍ନିଶମ ବିଭାଗ ର ବରିଷ୍ଠ ଅଧିକାରୀ ବସ୍ ରେ ନିଆଁ ଲାଗିଲେ କିପରି ଯାତ୍ରୀ ମାନଙ୍କୁ ନିରାପଦରେ ଉଦ୍ଧାର କରାଯାଇପାରିବ ଓ ତୁରନ୍ତ ନିଆଁ କୁ ଆୟତ୍ତ କରାଯାଇପାରିବ ସେ ବିଷୟରେ ଆଲୋକ ପାତ କରିଥିଲେ l ଅଗ୍ନିଶମ କାର୍ଯ୍ୟାଳୟ ରୁ ଆସିଥିବା ଅନ୍ୟ କର୍ମଚାରୀ ମାନେ ତୁରନ୍ତ ନିଆଁ ଲିଭାଇ ପାରିବ ତାର ଏକ ଡେମ ମଧ୍ୟ ପ୍ରଦର୍ଶନ କରିଥିଲେ l ଏହି ଶିବିରରେ ଯାନ ସାଧାରଣ,, ବୁଦ୍ଧି ଜିବି ,ଉଦଳା ଉପଖଣ୍ଡ ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ l ବସ୍ ମାଲିକ ସଙ୍ଘ ର ଏ ପ୍ରକାର ପଦକ୍ଷେପ ଲାଗି ସମସ୍ତେ ପ୍ରଶଂସା କରିଥିଲେ l ପରି ଶେଷ ରେ ବସ୍ ମାଲିକସଂଘର ସଭାପତି ରମେଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସାରିବା ପରେ ଅନୁଷ୍ଠିତ ସଚେତନତା କାର୍ଯ୍ୟ କ୍ରମ ସାଙ୍ଗ ହୋଇଥିଲା l

Leave a Reply

Your email address will not be published. Required fields are marked *