ମୃତକଙ୍କୁ ଜୀବିତ ଭାବି ସ୍ବର୍ଗଦ୍ଵାର ରୁ ମେଡିକାଲ ଆଣିଲେ ପରିବାର ଲୋକେ

ପୁଣି ସ୍ୱର୍ଗଦ୍ୱାରରୁ ଜଣେ ମୃତକଙ୍କୁ ଜୀବିତ ଭାବି ମେଡିକାଲକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ବୃଦ୍ଧ ହେଉଛନ୍ତି ପୁରୀ ମାଟିଆପଡା ଅଞ୍ଚଳର ମକୁନ୍ଦ ପ୍ରଧାନ। ଗତକାଲି ସ୍ୱର୍ଗତଃ ମକୁନ୍ଦ ପ୍ରଧାନଙ୍କ ଶରୀର ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେଣୁ ପରିବାର ଲୋକେ ମୃତ ମକୁନ୍ଦ ପ୍ରଧାନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ବାରକୁ ନେଇଥିବା ବେଳେ ତାଙ୍କ ପାଟିରୁ ଫେଣ ବାହାରୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେଣୁ ସେ ଜୀବିତ ଥିବା ଆଶଙ୍କା କରି ପରିବାର ଲୋକେ ପୁନର୍ବାର ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ପୁର୍ନବାର ମୃତ ଘୋଷଣା କରିଥିଲେ। ମୃତ ମୁକୁନ୍ଦ ପ୍ରଧାନଙ୍କୁ ତାଙ୍କ ପରିବାର ଲୋକେ ମୃତ୍ୟୁ ହୋଇଥିବା ଭାବି ଅନ୍ତିମ ସଂସ୍କାର ପାଇଁ ଆଣିବା ବେଳେ ସେ ଜୀବିତ ଥିବା କହିଥିଲେ ତାଙ୍କ ଝିଅ। ତେବେ ଡାକ୍ତର ମୁକୁନ୍ଦ ପ୍ରଧାନଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *