ତରିକୁନ୍ଦ ହାଇସ୍କୁଲ ୧୯୮୪ ବ୍ୟାଚ ବନ୍ଧୁମିଳନ।
ରଘୁନାଥପୁର:-୨୩/୧୧:- ରଘୁନାଥପୁର ବ୍ଲକ ତରିକୁନ୍ଦ ହାଇସ୍କୁଲ ୧୯୮୪ ବ୍ୟାଚ ପୁରାତନ ଛାତ୍ରୀଛାତ୍ରଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଦେଇପୁର ରାଉତନୂଆଗାଁ ସ୍ଥିତ ଅଗସ୍ତିମୁନି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ତତ୍କାଳୀନ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଗୁରୁପୂଜନ ପୂର୍ବକ ଆଶୀର୍ବାଦ ଭିକ୍ଷା ସହ ସମ୍ବର୍ଦ୍ଧିତ କରାଯାଇଥିଲା।ପୁରାତନ ଛାତ୍ର ଅରବିନ୍ଦ ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଆଚାର୍ଯ୍ୟ,ଆଦିକନ୍ଦ ନାୟକ,ରଘୁନାଥ ପତି,ପ୍ରଭାତ କିଶୋର ମହାନ୍ତି,ବୀରକିଶୋର ରାଉତ,ସନ୍ଧ୍ୟାରାଣୀ ଦାସ ଓ ଆଶ୍ରମବାଳା ଦାସ ପ୍ରମୁଖ ଯୋଗଦେଇ ଗୁରୁଶିଷ୍ୟ ପରମ୍ପରା , ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରିଛାତ୍ରମାନେ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ନିଜର ଅନୁଭୂତି ରଖିଥିଲେ।ପ୍ରାରମ୍ଭରେ ବୈରାଗୀ ଚରଣ ସାହୁ ବେଦପାଠ କରିବା ପରେ ଦିବଙ୍ଗତ ସହପାଠୀ ଓ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଆଶ୍ରମ ପରିସରରେ ପୂଜୁଗୁରୁ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ଏକ ଆମ୍ବଚାରା ରୋପଣ କରିଥିଲେ।ଶେଷରେ ଆୟୋଜନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପୁରାତନ ଛାତ୍ର ଅରବିନ୍ଦ ନିଜସ୍ଵ ମତ ରଖିଥିଲେ।ସମାଜରେ ଦୁସ୍ଥ ଓ ନିପିଡିତ ପରିବାରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଏକ ଶପଥ ପାଠ କରାଯାଇଥିଲ।।ଏଥିପାଇଁ ପାଣ୍ଠି ସଂଗ୍ରହ କରି ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହାଛଡା ପ୍ରତିବର୍ଷ ଏହାର ତର୍ଜମା କରାଯିବା ସହ ଅଧିକ ସହପାଠୀ ଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ କରିବା ପାଇଁ ସ୍ଥିର ହୋଇଥିଲା। ପୁରାତନ ଛାତ୍ର ଦିଲୀପ ଦାସ,ରାଜିବଲୋଚନ ସ୍ବାଇଁ,ଫକିର ବେହେରା,ବିପ୍ଳବ ଦାସ,ରତ୍ନାକର ବେହେରା,ପ୍ରକାଶ ବାରିକ,ତ୍ରିଲୋଚନ ସାହୁଙ୍କ ସହ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରୀଛାତ୍ର ନିଜ ପରିବାର ସହ ଯୋଗଦେଇଥିଲେ।
