କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରକୃତି

ଉଦଳା ୨୪/୧୧/୨୫:- ଭାସ୍କର ଏଣ୍ଟରଟେନମେଣ୍ଟ ନିବେଦିତ ଏବଂ ସୁଶାନ୍ତ କୁମାର ପ୍ରଯୋଜିତ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରକୃତି”ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ସନ୍ଧାନୀ ଗୃହ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କଳା, ସାହିତ୍ୟ,ସଂସ୍କୃତି,ପ୍ରକୃତି ପ୍ରେମୀ ତଥା ଚଳଚ୍ଚିତ୍ରର ଟିମ୍ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଉଦ୍ଘାଟକ ଭାବେ ଉଦଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ମୁଖ୍ୟ ଅତିଥି ଭାବେ ଉଦଳା ଏନ୍ ଏ ସି ର ଚେୟାରମେନ କବୟିତ୍ରୀ ପ୍ରମିଳା ପଣ୍ଡା, ସଭାପତି ଭାଵଳବେ ପ୍ରାକ୍ତନ ପ୍ରାଧ୍ୟାପକ ଡ. ଶ୍ୟାମ ସୁନ୍ଦର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସାରସ୍ଵତ ସାଧକ ଡା. ଭାଗବତ ବେହେରା, ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ କଳାକାର ସୀମାନ୍ତ ତ୍ରିପାଠୀ, ପ୍ରକୃତି ମିତ୍ର ନରୋତ୍ତମ ଦାସ ଏବଂ ବାଘାଯତୀନ ରେଡ଼ିଓର ନିର୍ଦ୍ଦେଶିକା ମିନତୀ ବିନ୍ଧାଣୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଲୋଚନା ଚକ୍ର: ପ୍ରକୃତି ର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ଏବଂ ଚଳଚ୍ଚିତ୍ର ନିର୍ମାଣର ପ୍ରଶଂସା କରିବା ସହ ଏହାର ସଫଳତା କାମନା କରିଥିଲେ। ଏହି ଉତ୍ସବରେ ଆୟୋଜକ ତଥା ଭାସ୍କର ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଏବଂ ଚଳଚ୍ଚିତ୍ରର ପ୍ରଯୋଜନା ଓ ସଙ୍ଗୀତ ଭାର ବହନ କରିଥିବା ଇଂ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହ ଭାସ୍କର ଏଣ୍ଟରଟେନମେଣ୍ଟର ଆଭିମୁଖ୍ୟ ଏବଂ ବର୍ତ୍ତମାନ ସାମାଜିକ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଚଳଚ୍ଚିତ୍ରର ଗୀତ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାର ଦାୟିତ୍ଵ ଲକ୍ଷ୍ମୀଧର ନାଥ ତୁଲାଇଥିଲା ବେଳେ ସଂଳାପ ଓ ସହ ନିର୍ଦ୍ଦେଶନାର ଭାର ରତିକାନ୍ତ ଦତ୍ତ ସମ୍ଭାଳି ଥିଲେ ଏବଂ ଚଳଚ୍ଚିତ୍ର ସମ୍ଵନ୍ଧରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏହାର କାହାଣୀ ଓ ସଂଳାପ ଲେଖିଥିବା ପ୍ରଫୁଲ୍ଲ ଖିଲାର ଚଳଚ୍ଚିତ୍ରର ଉଦ୍ଦେଶ୍ୟ ଏବଂ ନିର୍ମାଣ ବିଷୟରେ ବକ୍ତବ୍ୟ ରଖିଥିଲେ।

ଏଥିରେ ଦୁଇଟି ଗୀତରେ ଉପାସନା ସାହୁ କଣ୍ଠଦାନ କରିଥିବା ବେଳେ କ୍ୟାମେରା ଓ ସମ୍ପାଦନାର ଦାୟିତ୍ୱ ରାଜୁ ଏବଂ ରାଜା ସମ୍ଭାଳି ଥିଲେ ଓ ମିଡ଼ିଆ ପାର୍ଟନର ଭାବେ କୋଣାର୍କ ଲାଇଭ୍ ଏବଂ ବାଘାଯତୀନ ରେଡ଼ିଓ ରହିଛନ୍ତି। ଏଥିରେ ଅଭିନୟ କରିଥିବା କଳାକାରମାନଙ୍କ ଭିତରୁ ନାୟିକା ଜାନ୍ହବୀ, ରେନିକା,ବିଉଟି,ହିମାଦ୍ରୀ, ଖଳନାୟକ ହିମାଂଶୁ, ମନୀଷ ରାଜ, ଶ୍ରୀକାନ୍ତ, ବିଦ୍ୟାଧର,ଆଶିଷ, ସତୀଶ, ପ୍ରଫୁଲ୍ଲ ଏବଂ ସୁଶାନ୍ତ କୁମାର ଉପସ୍ଥିତ ରହି ଲୋକାର୍ପଣ ମୁହୁର୍ତ୍ତ କୁ ଉପଭୋଗ କରିଥିଲେ ଓ ପରେ ଚଳଚ୍ଚିତ୍ରଟି ପ୍ରଦର୍ଶନ କରାଯାଇଥିଲା। ଏଥିରେ ଉପ ସ୍ଥିତଥିବା ଚଳଚ୍ଚିତ୍ର ପ୍ରେମୀ ଦର୍ଶକ ମଧ୍ୟରେ ଡ. ଦିଲ୍ଲୀପ କୁମାର ଦିକ୍ଷୀତ, ଲକ୍ଷ୍ମୀଧର ପୋଥାଳ, ରବିକାନ୍ତ ମହାପାତ୍ର, କିଶୋର ଚନ୍ଦ୍ର ଦାସବାବୁ, ନମିତା ରାଉତ, ରୁକ୍ମଣୀ ସାହୁ, ସୁମରି ଜେନା, ପଦ୍ମାବତୀ ବେହେରା,ସନାତନ ରାଉତ, ସନ୍ତୋଷ କୁମାର ସାହୁ,ପ୍ରମିଳା ଜେନା, ମାଳତୀ ଧଳ, ମନୋରଞ୍ଜନ ମଲ୍ଲିକ, ନାରାୟଣ ବେହେରା,ସାମ୍ବାଦିକ ସନ୍ତୋଷ ଵାଛିନୀ,ମାନସ ପାଣି,ବସନ୍ତ ବେହେରା, ସୁବ୍ରତ ମହାନ୍ତି ପ୍ରମୁଖ ଚଳଚ୍ଚିତ୍ରଟି ପ୍ରଶଂସନୀୟ, ଗୀତ ଗୁଡିକ ମନଛୁଆଁ ଏବଂ ପ୍ରକୃତି ର ସୁରକ୍ଷା ଦିଗରେ ଏହା ଜନମାନସରେ ପ୍ରଭାବ ବିସ୍ତାର କରିବ ବୋଲି ମତ ଦେଇଥିଲେ। ଏହା ଖୁବଶିଘ୍ର ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେବ ବୋଲି ପ୍ରଯୋଜକ ଜଣାଇଥିଲେ ଏବଂ ପ୍ରତ୍ୟେକ ଦର୍ଶକ ଗୋଟିଏ ଗୋଟିଏ ଗଛ ଲଗାଇ ପାରିଲେ ଶ୍ରମ ସାର୍ଥକ ହେବ ବୋଲି କହିଥିଲେ। ଶେଷରେ ଆଶିଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *