ସଚେତନ ନାଗରିକ ମାନଙ୍କ ତରଫରୁ ଧାରଣା ସ୍ଥଗିତ।
ସଚେତନ ନାଗରିକ ମାନଙ୍କ ତରଫରୁ ଧାରଣା ସ୍ଥଗିତ।ରଘୁନାଥପୁର -ତା ୨୪:୧୧:-ଆଜି ରଘୁନାଥପୁର ର ସଚେତନ ନାଗରିକ ମାନଙ୍କ ତରଫରୁ ରଘନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା ରେ ବିପର୍ଯ୍ୟସ୍ତ ଓ ବିଭିନ୍ନ ଆର୍ଥିକ ଅନିୟମିତତା କୁ ନେଇ ଶୃଙ୍ଖଳିତ ଭାବେ ଗଣଧାରଣା ହୋଇଥିଲା । ଧାରଣା ସ୍ଥଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆସି ନିମ୍ନୋକ୍ତ ଦାବୀ କୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଧାରଣା କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ୧) ଆସନ୍ତା କାଲିଠାରୁ ପ୍ରତିଦିନ ସକାଳ ୮ଟା ରୁ ୫ଟା ପର୍ଯ୍ୟନ୍ତ ୩କଣ ଡାକ୍ତର ଡ୍ୟୁଟି କରିବେ ଏବଂ ରାତି ସମୟରେ ୨ଜଣ ଡାକ୍ତର ଡ୍ୟୁଟି କରିବେ ।୨) ଆସନ୍ତାକାଲି ସବୁ ଡାକ୍ତର ଙ୍କ ନାମ,ବିଭାଗ,ଦିନ,ଯୋଗାଯୋଗ ନମ୍ବର ର ଫଳକ ସର୍ବସାଧାରଣ ରେ ମରାଯିବ ।୩) ଆସନ୍ତା କାଲିଠାରୁ ନିରାମୟ(ମେଡ଼ିସିନ) ଓ ନିଦାନ(ଟେଷ୍ଟ) ବିଭାଗ ସକାଳ ୮ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।୪) ଯେହେତୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଦଳାଇ ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କୌସ୍ତୁଭ ସାମଲ ପ୍ରତିଦିନ ରଘନାଥପୁର ମେଡିକାଲ ଆସୁ ନାହାଁନ୍ତି କି କୌଣସି ପ୍ରସବ ସମୟରେ ଏହି ଦୁଇ ଡାକ୍ତର ମା ଓ ନବଜାତ ଶିଶୁ ର ଚିକିତ୍ସା ପାଇଁ ନଥାନ୍ତି । ଏବଂ ଏହି ଦୁଇଜଣ ବରିଷ୍ଠ ଡାକ୍ତର ଙ୍କ ପାଇଁ ସମସ୍ତ ଡାକ୍ତର ପଥଭ୍ରଷ୍ଟ ହେଉଛନ୍ତି ତେଣୁ ଦୁଇଟି ବିଭାଗର ଡାକ୍ତର ଏଠାରେ ଥଇଥାନ କରି ଏହି ଦୁଇଜଣ ଙ୍କୁ ଅନ୍ୟତ୍ର ବଦଳି କରାଯିବ ।୫) ଅର୍ଥ ବିଭାଗ ରେ ଦୀର୍ଘବର୍ଷ ରହି ବ୍ୟାପକ ଦୁର୍ନୀତି ରେ ଲିପ୍ତ ଥିବା BPM ରଞ୍ଜିତା ସିଂ ପାଇଁ ଜିଲ୍ଲା ସ୍ତରରେ ତିନିଜଣିଆ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ତଦନ୍ତ ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଧାରଣା ରୁ ଓହରିଲେ ଜନସାଧାରଣ ।
