ଚନ୍ଦ୍ରଭାଗାର ପ୍ରାକୃତିକ ବାଲିବନ୍ତ ସୁରକ୍ଷା ପାଇଁ ଆଦମୀ ପାର୍ଟି ପକ୍ଷରୁ ଚନ୍ଦ୍ରଭାଗାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ। 

କୋଣାର୍କ-ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମୁଖ୍ୟ ବଜାର ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସୋମବାର ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାର ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଉନ୍ନତିକରଣ ପାଇଁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।  ଆମ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି ସଭାପତିତ୍ବରେ ଅନୁଷ୍ଠିତ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାରେ ଆମ ଆଦମୀ ପାର୍ଟି ଜିଲ୍ଲା ଉପସଭାପତି ରବିନ୍ଦ୍ର ନାଥ ସାହୁ, ପାର୍ଟିର କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ରମାକାନ୍ତ ସ୍ବାଇଁ, କାକଟପୁର ନିର୍ବାଚନ ମଣ୍ଡଳୀ ସଭାପତି ଭାଗବତ ବେହେରା, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, କାକଟପୁର ବ୍ଲକ ସଂଖ୍ୟା ଲଘୁ ସେଲ ସଭାପତି ଶେଖ ମୁନତାଜ, ଗୋପ ବ୍ଲକ ସଭାପତି ଉମାକାନ୍ତ ସାହୁ, ୧୨ନଂ ଜୋନ ସଭାପତି ଲିଙ୍ଗରାଜ ପାତ୍ର, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଭୂୟାଁ ଓ କୋଣାର୍କ ଏନଏସି ସଭାପତି ବିଶ୍ବଜିତ ପରିଡା ପ୍ରମୁଖ ଯୋଗ ଦେଇ କୋଣାର୍କ ଓ ଚନ୍ଦ୍ରଭାଗା ଠାରେ ଥିବା ପ୍ରାକୃତିକ ବାଲିବନ୍ତର ସୁରକ୍ଷା ଓ ବାଲି ଚୋରାଚାଲାଣ ଉପରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ,

ପ୍ରାକୃତିକ ପରିବେଶର ସୁରକ୍ଷା ଓ ଜନବସତି ଗୁଡିକୁ ସାମୁଦ୍ରିକ ସୁନାମି ଦାଉରୁ ରକ୍ଷା କରିବା, ଚନ୍ଦ୍ରଭାଗା ଓ କୋଣାର୍କ ଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ସରକାରୀ ନିୟମ ଅନୁଯାୟୀ ସଂପାଦନ କରିବା ସମେତ ବେଆଇନ ଇଟାଭାଟି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ସମେତ ଚନ୍ଦ୍ରଭାଗା ଓ କୋଣାର୍କର ସାମଗ୍ରିକ ବିକାଶ ଉପରେ ଆମ ଆଦମୀ ପାର୍ଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯେଭଳି ଭାବରେ ଜନସାଧାରଣ ପାଇପାରିବେ ସେଥିପାଇଁ ନିରବଛିନ୍ନ କାର୍ଯ୍ୟକ୍ରମ ଅବ୍ୟାହତ ଜାରି ରହିବ ବୋଲି ଆମ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *