ରାଉଳପାଟଣା ରୁ ଧନିତ୍ରୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ଭିତ୍ତିପ୍ରସ୍ତର ସ୍ଥାପନ
ରାଉଳପାଟଣା ରୁ ଧନିତ୍ରୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ଭିତ୍ତିପ୍ରସ୍ତର ସ୍ଥାପନ
କୋଣାର୍କ – ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ କୋଣାର୍କ ସେକ୍ସନ ଅନ୍ତର୍ଗତ କୋଣାର୍କ କାକଟପୁର ପୂର୍ତ୍ତ ବିଭାଗ ରାସ୍ତା ରାଉଳପାଟଣା ରୁ ଧନିତ୍ରୀ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ମଙ୍ଗଳାବର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ୭କୋଟି ୪୨ ଲକ୍ଷ ୯୦ ହଜାର ଟଙ୍କା ଚୁକ୍ତି ଅଟକଳ ମୂଲ୍ୟର ୮ କିମି ରାସ୍ତା ଗମନାଗମନ ସୁବିଧା ପାଇଁ ପ୍ରଶସ୍ତ ଓ ସୌନ୍ଦର୍ଯ୍ୟକରଣ କରାଯିବ। ଯେଉଁଥିରେ ୪.୩୫୦ କିମି ପିଚୁ ରାସ୍ତା ଓ ୩.୬୫୦ କିମି କଂକ୍ରିଟ ରାସ୍ତା ସହ ୧୫ ଟି କଲଭେଟ କାର୍ଯ୍ୟ କରାଯିବ। ଯାହା ଫଳରେ କାକଟପୁର ନିର୍ବାଚନ ମଣ୍ଡଳୀର ଶତାଧିକ ଗ୍ରାମର ଲୋକ ଉପକୃତ ହେବେ। ଏହି ରାସ୍ତା ଦେଇ କୋଣାର୍କ ରୁ ଧନିତ୍ରୀ, ଜହ୍ନିବାଲିଆ, ନୟାହାଟ, ଶିଖର ଘାଟ ଓ ଜଗସିଂହପୁର ଜିଲ୍ଲାକୁ ଗମନାଗମନ ସୁବିଧା ହେବ। ଯାହା ଫଳରେ ଲକ୍ଷାଧିକ ଜନ ସାଧାରଣ ଉପକୃତ ହେବେ। ଆଜିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାଂସଦ ଡଃ ବିଭୁ ପ୍ରସାଦ ତରାଇ ଅନୁପସ୍ଥିତ ଥିବା ବେଳେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ମୌସୁମୀ ମିଶ୍ର, କୋଣାର୍କ ଡିଭିଜନ ସହାୟକ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପୂର୍ତ୍ତି, କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ପଢ଼ୀୟାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଠିକାଦାର ଏଜେନ୍ସୀ ପକ୍ଷରୁ ଆଶିଷ କୁମାର ବିଶ୍ଵାଳ, ଅଶୋକ କୁମାର ମଲ୍ଲ ଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।
