ବିବାଦୀୟ ଜମିରେ ଅମୃତ ଯଜ୍ଞ କରିବାକୁ ପ୍ରସ୍ତୁତି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ।

ସ୍ଥାନ-ଦାରିଂବାଡ଼ି ,କନ୍ଧମାଳ, ଦାରିଙ୍ଗିବାଡି ସ୍ଥାନୀୟ ଚରିଛକ୍ ଠାରେ ଦୁର୍ଗା ପୂଜା ସମିତି ଅମୃତ ଯଜ୍ଞ କରିବା ପାଇଁ ଚରିଛକ, ବସ୍ ଚଳ। ଚଳ ଜାଗାରେ କାଠ ପକାଇ ପ୍ରସ୍ତୁତ ହେଲା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରି କନ୍ଧମାଳ ଏସପି ହରିଶ ବିସି, ଏସ୍ଡ଼ିପିଓ ରମେନ୍ଦ୍ର ପ୍ରସାଦ (ଆଇ ପି ଏସ ), ବାଲିଗୁଡା ଏସ୍ଡ଼ିପିଓ ଏସ ଭୋଁସଲେ (ଆଇପି ଏସ ), ଦାରିଙ୍ଗବାଡିରେ ପହଂଚିଥିଲେ । ଉତେଜନା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି । ଦାରିଙ୍ଗବାଡି ବଜାର ଓ ବସ ଚଳା ଚଳ ବନ୍ଦ ରହିଁଛି । ଏକ ଗୋଷ୍ଠୀ ତାହା ଏକ ବିବାଦୀୟ ଜମି ଏବଂ ତାହା ମାନ୍ୟବର କୋର୍ଟ ରେ ବିଚରାଧୀନ ରହିଁଛି ବୋଲି ପ୍ରତିବାଦ କରିବାରୁ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା,ଦୁର୍ଗା ପୂଜା ସମିତି ଯୁକ୍ତି ଦର୍ଶାଇଥିଲେ ଜେ କାଗଜ ପତ୍ର ସମିତି ନାମରେ ରହିଁଛି । ତେବେ ମାମଲା ଟି ସବଯୁଡ଼ିସ ରହିଁଛି ବୋଲି ଅନ୍ୟ ଗୋଷ୍ଠୀ କହୁଛନ୍ତି । ଏବଂ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାକୁ ନିବେଦନ କରାଯାଇଛି । ଉତ୍ତେଜନା ଥିବାରୁ ପୋଲିସ ଓ ପ୍ରଶାସନ କଡା ନଜର ରଖିଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *