ସାଇଁଶ ଶାସନ ପଂଚାୟତରେ ସମ୍ବିଧାନ ଦିବସ ପାଳିତ
ସାଇଁଶ ଶାସନ ପଂଚାୟତରେ ସମ୍ବିଧାନ ଦିବସ ପାଳିତ।
ନିମାପଡ଼ା ନଭେମ୍ବର ଛବିଶ ତାରିଖକୁ ଆମ ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି। ବିଶ୍ୱର ସର୍ବ ବୃହତ ସମ୍ବିଧାନକୁ ନେଇ ଦେଶର ସମସ୍ତ ନାଗରିକ ଗର୍ବିତ। ଏହି ଅବସରରେ ସାଇଁଶ ଶାସନ ପଂଚାୟତରେ ପଂଚାୟତର ସରପଞ୍ଚ ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସମ୍ବିଧାନ ଦିବସ ପାଳିତ ହୋଇଛି। ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାତୃତ୍ୱ ହେଉଛି ସମ୍ବିଧାନର ଆଦର୍ଶ। ଆମେ ଭାରତ ବାସୀ ସଂକଳ୍ପ କରୁଛୁ ଯେ ଭାରତକୁ ଏକ ସାର୍ଵ ଭୌମ, ସମାଜବାଦୀ,ଧର୍ମ, ନିରପେକ୍ଷ,ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗଠନ କରିବାକୁ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ, ଅତିଥି ବୃନ୍ଦ ଶପଥ ପାଠ କରିଥିଲେ। ଆମ ସମ୍ବିଧାନ ସମସ୍ତଙ୍କୁ ସମାନତା, ସାମାଜିକ, ଅର୍ଥନୈତିକ ନ୍ୟାୟ ପ୍ରଦାନ କରିଥିଵା ବେଳେ ଆମର ମଧ୍ୟ ଦେଶ ପ୍ରତି କର୍ତ୍ତବ୍ୟ ରହିଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ପଂଚାୟତରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପଂଚାୟତର ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ନାଏବ ସରପଞ୍ଚ ଅନୁପମା ନାଏକ, ନୋଡାଲ ଅଫିସର ସୁଶାନ୍ତ ବେହେରା, ପଂଚାୟତ କାର୍ଯ୍ୟନର୍ବାହୀ ଅଧିକାରୀ ଅରବିନ୍ଦ ବେହେରା ଶିକ୍ଷକ ପ୍ରଫୁଲ୍ଲ ସାମନ୍ତସିଂହାର, ସମାଜସେବୀ ନକୁଳ ଚନ୍ଦ୍ର ପ୍ରଧାନଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡ ମେମ୍ବର, ଶିକ୍ଷକ, ଶିକ୍ଷୟତ୍ରୀ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
