ଗ୍ରାମ୍ଯ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ମନମୁଖୀ କାର୍ଯ୍ଯକୁ ଦଣ୍ଡ ଭୋଗୁଛନ୍ତି ଜନତା

ଗ୍ରାମ୍ଯ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ମନମୁଖୀ କାର୍ଯ୍ଯକୁ ଦଣ୍ଡ ଭୋଗୁଛନ୍ତି ଜନତା ।
ହିଞ୍ଜିଳିକାଟୁ ୨୬/୧୧(ରଂଜିତ କୁମାର ପୋଲାଇ ) ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଆସୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କ ସୁଚନାଅନୁଯାୟୀ ଦୀର୍ଘଦିନ ଧରି ଚାଲିଥିବା ନିର୍ମାଣ କାର୍ଯ୍ୟନେଇ ଠିକାଦାର ଖୋଳିତାଡି ଖାଲଢେପ କରିଛନ୍ତି । ଠିକାଦାରଙ୍କ ଇଚ୍ଛା ମୁତାବକ ନିର୍ମାଣ କାର୍ଯ୍ୟ ହେଇଆସୁଥିବାରୁ ଯାତାୟାତ ବେଳେ ବହୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ କାର୍ଯ୍ୟରେ ବିଳମ୍ବିତ ପକ୍ରୀୟା ନକରି ଶୀଘ୍ର କରନ୍ତୁ ନେଇ ସ୍ଥାନୀୟ ସାହାପୁର ଗ୍ରାମବାସୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ କହିବା କଥାକି ଛୋଟ ବଡ ଅନେକ ଲୋକ ଓ ଗୃହପାଳିତ ପଶୁ ସଂପଦଙ୍କ ଦୁର୍ଘଟଣା ହେଲାଣି । ଉଭୟ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ସାଧାରଣଲୋକଙ୍କ ସ୍ବାର୍ଥ ପାଇଁ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସେମାନେ କହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଆମେ ହିଞ୍ଜିଳିକାଟୁ ଗ୍ରାମ୍ଯ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଫୋନ ମଧ୍ଯ୍ଯମରେ ଯୋଗାଯୋଗ କରିଥିଲୁ ଏବଂ କାହିଁକି ବିଳମ୍ବିତ ହେଉଥିବା ତାହାର ପ୍ରତିକ୍ରିୟା ଜାଣିବା ନେଇ ଯୋଗାଯୋଗ କରିଥିଲେ ତାହା ଅଧିକାରୀ ମାନେ କଲ ରିସିଭ କରିବା ସମ୍ଭବପର ହୋଇନାହିଁ କି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଉଭୟ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟସ୍ଥଳକୁ ଆସି ନିର୍ମାଣ କାର୍ଯ୍ୟ ଉପରେ ନିର୍ଭର ପ୍ରତିଶୃତି ଦେଇ କାର୍ଯ୍ୟ କରିବା ଏବଂ ବିଳମ୍ବିତ ହୋଇଆସୁଥିବା ଶିଖରପୁରୁ ଠାରୁ ଖୋସାଳପଲ୍ଲି ଭାୟା ସାହାପୁର ଗ୍ରାମ୍ଯ ଉନ୍ନୟନ ବିଭାଗର ରାସ୍ତାକାର୍ଯ୍ଯକୁ ଶିଘ୍ର ଶେଷ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *