ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର, ୨୫ ନଭେମ୍ବର ୨୦୨୫:

ଓଡିଶା ଏବଂ ଗୁଜୁରାଟ ମଧ୍ୟରେ ଯାତ୍ରୀ ସୁବିଧାରେ ବୃଦ୍ଧି ଏବଂ ଦୂରଗାମୀ ସଂଯୋଗୀକରଣକୁ ଉନ୍ନତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ଟ୍ରେନ୍ ନମ୍ବର ୧୯୦୨୧/୧୯୦୨୨ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ର ଚଳାଚଳ ସପ୍ତାହରେ ତିନିଦିନ ପରିବର୍ତ୍ତେ ନିୟମିତ ଚଳାଚଳ କରିବା ପାଇଁ ଅନୁମୋଦନ କରିଛି ।

ଏହି ନିଷ୍ପତ୍ତି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସେବା ପ୍ରଦାନ କରିବା ଲାଗି ମାନ୍ୟବର ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଉପରୋକ୍ତ ପରିବର୍ତ୍ତନଗୁଡିକ ଖୁବଶୀଘ୍ର ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକାରୀ ହେବ, ଯାହା ପରେ ସୂଚିତ କରାଯିବ ।

Leave a Reply

Your email address will not be published. Required fields are marked *