ପୁରୀ ପୋଲିସ ଅପରେସନ

ପୁରୀ ପୋଲିସ ଅପରେସନ “ଚକ୍ର”ରେ ୩ ମାସରେ ୧୪୨ ନାବାଳିକା ଏବଂ ପ୍ରାପ୍ତ ବୟସ୍କ ଝିଅ ଉଦ୍ଧାର କରାଯାଇଛି

ପୁରୀ ପୋଲିସ ଦ୍ୱାରା ଚାଳିତ ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା ଓ ପ୍ରାପ୍ତ ବୟସ୍କଙ୍କ ଝିଅ ଉଦ୍ଧାରରେ ଏକ ସଫଳତା ମିଳିଛି। ପୁରୀ ପୁଲିସର ନିରନ୍ତର ଚେଷ୍ଟା, ସମସ୍ତ ଥାନା IIC/ OICଙ୍କ ଦୃଢ଼ ପଦକ୍ଷେପ ଓ ସମ୍ପୃକ୍ତ ସମନ୍ୱୟରେ, ଏହି ବୃହତ ଅଭିଯାନକୁ ସଫଳତାରେ ପରିଣତ କରାଯାଇଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରି ସମସ୍ତ ଥାନା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ—ପ୍ରତ୍ୟେକ ହଜିଯାଇଥିବା ନାବାଳିକା ବା ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା। ଅଭିଯୋଗକାରୀ ପରିବାରକୁ ସମ୍ପୂର୍ଣ୍ଣ ଆଶ୍ୱାସନ ଦେବା, ଯେ ପୋଲିସ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ସକ୍ରିୟ ଅଛି। ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ କରିଛନ୍ତି। ଆଜି ମୋଟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ଯେପରିକି, ବ୍ରହ୍ମଗିରି ଥାନା, ନିମାପଡା ଥାନା, କାକଟପୁର ଥାନା ଦ୍ୱାରା ୩ ନାବାଳିକା ଉଦ୍ଧାର ସହ ସତ୍ୟବାଦୀ ଥାନା ଜଣେ ପ୍ରାପ୍ତ ବୟସ୍କ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ଗତ ତିନି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୬୨ ନାବାଳିକା ଉଦ୍ଧାର ହୋଇଛନ୍ତି। ସିଟି ସବଡିଭିଜନ – ୧୭ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଟାଉନ ଥାନା – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ସମୁଦ୍ରକୂଳ – ୦୪ ଜଣ ନାବାଳିକା ଉଦ୍ଧାର କରାଯାଇଛି
କୁମ୍ଭାରପଡ଼ା – ୦୯ ଜଣ ନାବାଳିକା ଉଦ୍ଧାର କରାଯାଇଛି
ବାସେଳୀସାହି – ୦୧ ଜଣ ନାବାଳିକା ଉଦ୍ଧାର କରାଯାଇଛି
ସଦର ସବଡିଭିଜନ – ୧୫ ଜଣ ନାବାଳିକା ଉଦ୍ଧାର କରାଯାଇଛି
ସଦର – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ବ୍ରହ୍ମଗିରି – ୦୬ ଜଣ ନାବାଳିକା ଉଦ୍ଧାର କରାଯାଇଛି
କୃଷ୍ଣପ୍ରସାଦ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଚନ୍ଦନପୁର – ୦୧ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଗଡ଼ିଶାଗୋଦା – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ନିମାପଡା ସବଡିଭିଜନ – ୧୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ନିମାପଡା – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଗୋପ – ୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
କାକଟପୁର – ୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
କୋଣାର୍କ – ୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ରାମଚଣ୍ଡୀ – ୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ପିପିଲି ସବଡିଭିଜନ – ୧୮ ଜଣ ନାବାଳିକା ଉଦ୍ଧାର କରାଯାଇଛି
ପିପିଲି – ୧୧ ଜଣ ନାବାଳିକା ଉଦ୍ଧାର କରାଯାଇଛି
ସତ୍ୟବାଦୀ – ୦୧ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଡେଲାଙ୍ଗ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
କଣାସ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ବଳଙ୍ଗ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି

ପୁରୀ ପୋଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି ମୋଟ ୮୦ ଜଣ ପ୍ରାପ୍ତ ବୟସ୍କ ଝିଅ।

ସିଟି ସବଡିଭିଜନ – ୩୧ ଜଣ ଉଦ୍ଧାର
ସିଂହଦ୍ଵାର – ୦୧ ଜଣ ଉଦ୍ଧାର
ଟାଉନ – ୦୫ ଜଣ ଉଦ୍ଧାର
ସମୁଦ୍ରକୂଳ – ୧୮ ଜଣ ଉଦ୍ଧାର
ବାସେଳୀସାହି – ୦୨ ଜଣ ଉଦ୍ଧାର
ବଳିଆପଣ୍ଡା – ୦୩ ଜଣ ଉଦ୍ଧାର
ତାଳବଣିଆ – ୦୨ ଜଣ ଉଦ୍ଧାର
ସଦର ସବଡିଭିଜନ – ୦୮ ଜଣ ଉଦ୍ଧାର
ଅରଖକୁଦା ସାମୁଦ୍ରିକ – ୦୩ ଜଣ ଉଦ୍ଧାର
କୃଷ୍ଣପ୍ରସାଦ – ୦୪ ଜଣ ଉଦ୍ଧାର
ଗଡ଼ିଶାଗୋଦା – ୦୧ ଜଣ ଉଦ୍ଧାର
ନିମାପଡା ସବଡିଭିଜନ – ୧୯ ଜଣ ଉଦ୍ଧାର
ଚାରିଛକ – ୦୩ ଜଣ ଉଦ୍ଧାର
କାକଟପୁର – ୧୨ ଜଣ ଉଦ୍ଧାର
ଅସ୍ତରଙ୍ଗ – ୦୧ ଜଣ ଉଦ୍ଧାର
କୋଣାର୍କ – ୦୧ ଜଣ ଉଦ୍ଧାର
ରାମଚଣ୍ଡୀ – ୦୨ ଜଣ ଉଦ୍ଧାର
ପିପିଲି ସବଡିଭିଜନ – ୨୨ ଜଣ ଉଦ୍ଧାର
ପିପିଲି – ୦୧ ଜଣ ଉଦ୍ଧାର
ସତ୍ୟବାଦୀ – ୦୫ ଜଣ ଉଦ୍ଧାର
ଡେଲାଙ୍ଗ – ୦୯ ଜଣ ଉଦ୍ଧାର
କଣାସ – ୦୧ ଜଣ ଉଦ୍ଧାର
ବଳଙ୍ଗା – ୦୬ ଜଣ ଉଦ୍ଧାର

ନାବାଳିକା ଉଦ୍ଧାର – ୬୨
ପ୍ରାପ୍ତ ବୟସ୍କ ଝିଅ ଉଦ୍ଧାର – ୮୦
ଉଦ୍ଧାର ସଂଖ୍ୟା – ୧୪୨

ପୁରୀ ପୋଲିସଙ୍କ ଏହି ବୃହତ ଅଭିଯାନ ଲୋକଙ୍କର ପ୍ରତି ଆସ୍ଥା, ପୋଲିସଙ୍କ ପ୍ରତି ଆଶ୍ରୟ ଏବଂ ସମୁଦାୟ ପୋଲିସ ସମ୍ପର୍କକୁ ଆହୁରି ମଜବୁତ କରିଛି।

Leave a Reply

Your email address will not be published. Required fields are marked *