ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ
ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ, ଅତିଥି ଭାବେ ଆସିଥିଲେ ଅଣ୍ଡା ଦେବାକୁ ଏବେ ମୃତ୍ୟୁ । -ବିରଳ ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଈଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ପ୍ରଚାର କରାଯାଉଥିଲେ ବି କାର୍ଯ୍ୟ କ୍ଷେତ୍ରରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟାଦେଖିବାକୁ ମିଳୁଛି। ମସ୍ଚ୍ୟବିଭାଗ ପାଖରେ ଆବଶ୍ୟକ ଟ୍ରଲର ନଥିବା ବେଳେ ବନବିଭାଗ ତରଫରୁ ପାଟ୍ରୋଲିଂ ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଏଭଳି ସ୍ଥିତିରେ ପାଟ୍ରୋଲିଂ କୋହଳ ଓ ମନମାନୀ ହେତୁ ଶହ ଶହ ଟ୍ରଲର ବେଆଇନି ଭାବେ ନିଷିଦ୍ଧାଞ୍ଚଳ ରେ ଯାତାୟାତ ଓ ମାଛମାରୁଥିବା ଦେଖା ଯାଇଛି। ଗୋଟିଏ ପଟେ ବନବିଭାଗ କୋହଳ ଶହ ଆରପଟ ଦେଵୀ ମୁହାଁଣ ଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ଅନେକାଂଶ ରେ ମୁକୁଳା ।

ଦେବୀ ନଦୀ ନିକଟ ନୂଆଗଡ ଜେଠି ନିକଟରେ ଲାଗିଛି ଅଣ୍ଡା ଦେବାକୁ ଦୂର ଦୁରାନ୍ତ ଆସିଥିବା ଅତିଥି ଅଲିଭି ରିଡେଲ କଇଁଛ । ଦେବୀ ନଦୀ ରେ ଭାସୁଛନ୍ତି କଇଁଛ ଙ୍କ ମୃତଦେହ।ଅସ୍ତରଙ୍ଗ ବନ୍ୟ ପ୍ରାଣୀ ବନାଞ୍ଚଳ ଥିବା କର୍ମଚାରୀ ଙ୍କ ଖାମ ଖିଆଲ ନୀତି ଯୋଗୁଁ ବିପଦ ରେ ଅଲିଭି ରିଡେଲ।ଏହା ଶହ ଅଲିଭି ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ମଧ୍ୟ ମୁକୁଳା ପଡିଛି। ୪୦ରୁ ୫୦ପ୍ରତିଶତ ଅଲିଭି ରିଡଲେ ଦେଵୀ ନଦୀ ଦ୍ୱୀପ ନିକଟରେ ସମାଗମ ହୋଇଥାନ୍ତି। ନଭେମ୍ବର ୧ରୁ ମେ ୩୧ ଯାଏଁ ଦୀର୍ଘ ୭ମାସ ଧରି ଦେବୀ ମୁହାଁଣ ଠାରୁ କେଳୁଣୀ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ଅତିଥି କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସବୁ ସ୍ତରରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ ସ୍ତରରେ ତ୍ରୁଟି ଥିବାରୁ ଅତିଥି କଇଁଛଙ୍କୁ ଏକ ପ୍ରକାର ବିପଦ ମୁହଁକୁ ଛାଡି ଦିଆଯାଇଛି ।ଯାହାକୁ ନେଇ ପରିବେଶବିତି ମାନେ କ୍ଷେବୋ ପ୍ରକାଶ କରିଛନ୍ତି ।
