ନଡିଆ କତା ଶିଳ୍ପ ପ୍ରତିଷ୍ଠା ନେଇ ସଚେତନତା ଶିବିର ଆୟୋଜିତ
ନଡିଆ କତା ଶିଳ୍ପ ପ୍ରତିଷ୍ଠା ନେଇ ସଚେତନତା ଶିବିର ଆୟୋଜିତ.ବଡ଼ଚଣା :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପଂଚାୟତ ସଭା ଗୃହରେ ଭୂବନେଶ୍ୱର ଆଂଚଳିକ କୋଏର୍ ବୋର୍ଡ କ୍ଷତ୍ରୀୟ କାର୍ଯ୍ୟାଳୟ ଜାଗମରା ପକ୍ଷରୁ ପ୍ରଭାରୀ ରୋହିତ କୁମାର ଦାସଙ୍କ ସଭାପତିତ୍ୱରେ ନଡିଆ କତା ଶିଳ୍ପ ପ୍ରତିଷ୍ଠା ନେଇ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବଡଚଣା ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ମିନତୀ ସେନାପତୀ ଯୋଗଦେଇ ଏହି ଶିଳ୍ପ ମହିଳାମାନଙ୍କ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଓ ଏହା ଦ୍ୱାରା ମହିଳାମାନେ ଶଶକ୍ତ ହେବା ସହିତ ସ୍ୱାବଲମ୍ବି ହୋଇପାରିବେ ବୋଲି କହିଥିଲେ।ମୂଖ୍ୟବକ୍ତା ଭାବରେ କୋଏର୍ ବୋର୍ଡର ଆକାଉଣ୍ଟାଣ୍ଟ୍ ଶୁଶିଲ୍ କୁମାର ସାହୁ ଯୋଗଦେଇ ମହିଳାମାନେ ଏହି ଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହିତ ଅର୍ଥ ରୋଜଗାର କରି ପରିବାରରେ ହସ ଫୁଟାଇ ପାରିବେ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବରେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ସହକରୀ ଶିଳ୍ପ ଅଧିକାରୀ ଅକୃର ବେହେରା ଓ କୋଏର୍ ବୋର୍ଡର ଟେକନିକାଲ ସେସନ କମଳା କାନ୍ତ ବେହେରା ଯୋଗଦେଇ ଶିଳ୍ପ ଓ ଏହା ଦ୍ୱାରା ମହିଳାମାନେ କିପରି ଉପକୃତ ହେଇପାରିବେ ସେ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମର ମୁଳଲକ୍ଷ ହେଲା ମହିଳା ମାନଙ୍କୁ ଶସକ୍ତକରଣ କରିବା ସହିତ ନୁତନ ଉଦ୍ୟଗ କରି ନିଜେ ଆତ୍ମ ନିର୍ଭରଶିଳ ବା ସ୍ୱାବଳମ୍ବୀ ହେବା,ଅନ୍ୟ ମହିଳା ମାନେ ଏହି ଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବୀ ହୋଇ ପରିବାରିକ ଆର୍ଥିକ ବୋଝକୁ କିପରି ଟିକେ ଲାଘବ କରିପାରିବେ ଏହା ହେଉଛି ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।ମୂଖ୍ୟତ ଭାବରେ ଯେ କୈାଣସି ଶିଳ୍ପ ପ୍ରତିଷ୍ଠା କଲେ ସେଥିରୁ ନିର୍ଗତ ବ୍ୟର୍ଯ୍ୟ ବସ୍ତୁ ବାୟୁ ମଣ୍ଡଳକୁ ଦୁଷିତ କରିଥାଏ କିନ୍ତୁ ନଡିଆ କତା ଏଭଳି ଏକ ପ୍ରାକୃତିକ ଦ୍ରବ୍ୟ ଏହି ଶିଳ୍ପ କଲେ ଏଥିରୁ କୈାଣସି ବ୍ୟର୍ଯ୍ୟ ବସ୍ତୁ ନିର୍ଗତ ହୁଏ ନାହିଁ କି ପରିବେସକୁ ଦୁଷିତ କରେ ନାହିଁ।ଆଜିକାଲି ସମାଜରେ ପ୍ଲାଷ୍ଟିକ ସାମଗ୍ରି ବହୁଳ ଭାବରେ ବେବହାର ହେଉଥିବାରୁ ଏହା ପରିବେସ ଉପରେ କୁପ୍ରଭାବ ପକାଉଛି ଏହା ବଦଳରେ ଆମେ ନଡିଆ କତା ଶିଳ୍ପ କରି ଏହାର ଉତ୍ପାଦକୁ ବ୍ୟବହାର କଲେ ପରିବେସ ସନ୍ତୁଳିତ ହେବା ସହିତ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଏହା ମାଧ୍ୟମରେ ପାପଛ, କଣ୍ଡେଇ,ଖତ,ଜିଓ ଟେକ୍ସଟାଇଲ,ମ୍ୟାଟିଂ, ଗଦି ଓ ବିଭିନ୍ନ ପ୍ରକାର ଖେଳନା ପ୍ରସ୍ତୁତ କରି ମହିଳାମାନେ ଲାଭବାନ ହୋଇ ପାରିବେ।
