ବହୁ ଆଡ଼ମ୍ବରରେ ପାଳନ କରଗଲ। ସମ୍ବିଧାନ ଦିବସ

ଫୁଲବାଣୀ ।ତା-୨୬/୧୧/୨୦୨୫କନ୍ଧମାଳ,ଫୁଲବାଣୀ କନ୍ଧମାଳ ଜିଲ୍ଲା ଡ, ବାବା ସାହେବ୍ ସ୍ମୁତି କମିଟି ର ସଭାପତି ଶ୍ରୀ ସମିର୍ ଘାଟ।ଲ ,ସାଧାରଣ ସମ୍ପାଦକ ଡ, ସୋମନାଥ ବାଗ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ, ସମ୍ପାଦକ ଉଦ୍ଧବ ଚନ୍ଦ୍ର ଦିଗ।ଲ ମୁଖ୍ୟ ସଂଯୋଜକ ବିରେନ୍ଦ୍ର କହଁର ଙ୍କ ପ୍ରଚେଷ୍ଟାରେ ବହୁ ଆଡ଼ମ୍ବରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ସ୍ଥାନୀୟ ସର୍କିଟ ହାଉସ ଠାରୁ ଏକ ବିଶାଳ ରାଲି ମଧ୍ୟରେ ଜିଲ୍ଲାର ବାରଗୋଟି ବ୍ଲକ ରୁ ପାଞ୍ଚ ହଜାରରୁ ଅଧିକ ଲୋକ ଏହି ରାଲିରେ ନାଚ ଗୀତ କରି ଜୟ ଭୀମ ,ଜୟ ସମ୍ବିଧାନ ନାର।ଦେଇ ବଜାର ଛକ ଦେଇ ସ୍ଥାନୀୟ କରୋନେସନ୍ ଖେଳପଡ଼ିଆରେ ବିରାଟ ସଭା ଆୟଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି,ବିଶିଷ୍ଟ ଆଦିବାସୀ ନେତା, କନ୍ଧମାଳ ଜିଲ୍ଲାର ସର୍ଦ୍ଦାର ଲମ୍ବଧର କହଁର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦୟାନିଧି ମଲ୍ଲିକ,ବକ୍ତା ମିହିର ଦିଗାଲ ,ସମ୍ମାନିତ ଅତିଥି ଅବନୀ କୁମାର କହଁର, କ୍ଷେତ୍ର ବସୀ ମ।ନସେଟ୍, କ୍ଷୀରସାଗର ବିଭର,ଏମ୍, ଡି , ସାହିଲ୍,ଧର୍ମେନ୍ଦ୍ର ତାଣ୍ଡି, ଜ୍ୟୋତିର୍ମୟୀ କହଁର,ଜୟରାମ ଦଣ୍ଡିଆ,ରାଜେନ୍ଦ୍ର ଭକ୍ତ,ପଙ୍କଜ ବେହେରା ଯୋଗଦେଇଥିଲେ । ସ୍ଥାନୀୟ ଗୋପବନ୍ଧୁ ଛକ୍ ଠାରେ ବାବା ସାହେବ୍ ଙ୍କ ମୂର୍ତ୍ତି ସ୍ଥାପନ ପ୍ରତିଷ୍ଠା ହେବାର କାର୍ଯ୍ୟ କ୍ରମ ଥିଲା ।କିନ୍ତୁ ମୂର୍ତ୍ତି ଉଚିତ୍ ସମୟ ମଧ୍ୟରେ ପହଞ୍ଚି ନ ପାରିବାରୁ ଅନ୍ୟଏକ ଶୁଭ ଦିନ ଦେଖି ସ୍ଥାପନ କରିବା ପାଇଁ କର୍ମ କର୍ତ୍ତା କହିଥିଲେ । ନିମନ୍ତ୍ରିତ ଅତିଥି ମାନେ କହି ଥିଲେକି ଦେଶ ସ୍ବାଧୀନ ହେବା ପୂର୍ବରୁ ସମସ୍ତ ଦଳିତ, ଆଦିବାସୀ, ପଛୁଆବର୍ଗ, ମାଇନରିଟ ମାନଙ୍କର କୌଣସି ସ୍ଵାଧୀନ ନଥିଲା ୧୯୪୯ ମସିହା ନଭେମ୍ବର ୨୬ ତାରିଖ ସମ୍ବିଧାନ ପ୍ରତିଷ୍ଠା ହେଲା ପରେ ସମ୍ବିଧାନ ସମସ୍ତଙ୍କ ପାଇଁ ଛଅ ଗୋଟି ମୌଳିକ ଅଧିକ ତିଆରି କରିଛି । ଯେଉଁ ଅଧିକାର କୁ ଆଧାର କରି ମଣିଷ ସମାଜରେ ସାମାଜିକ,ଧାର୍ମିକ, ଆର୍ଥିକ,ରାଜନୈତିକ ନ୍ୟାୟ, ବିଚାର ଅଭିବ୍ୟକ୍ତି, ବିଶ୍ୱାସ ଧର୍ମ ଓ ଉପାସନାର ସ୍ଵାଧୀନତା ଏବଂପ୍ରତିଷ୍ଠା ଏକତା ସୁଯୋଗର ସମତ ପ୍ରାପ୍ତ କରାଇଛି ବଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକ।ଭିମୁଖି କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା ଓ ପୁରସ୍କୃତ ହେଇଥିବା ପତିଯୋଗୀ ମାନଙ୍କୁ ପୂରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଦିବାକ।ର ଦିଗାଲ, ଶିବଶଙ୍କର ସାହାଣୀ, ଚନ୍ଦ୍ରମୋହନ ନାୟକ, ବଟକୃଷ୍ଣ ପ୍ରଧାନ, ଅନୁପ କହଁର, ଭାଗିରଥି ସେଠୀ, ତ୍ରିନାଥ ମାଝୀ ଓ ସ୍ମୁତି କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *