ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆରମ୍ଭ

ଭୁବନେଶ୍ୱର ୨୬ ନଭେମ୍ବର, ୨୦୨୫ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଭୂୟାଁ ପାଲା ଓ ଦାସକାଠିଆର ସମୃଦ୍ଧ ଇତିହାସ ଓ ସାମ୍ପ୍ରତିକ ସମୟରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ପାଲା ଓ ଦାସକାଠିଆ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମତପ୍ରକାଶ କରିଥିଲେ।ଆଜିର ଉଦ୍‌ଘାଟନୀ ସମାରୋହରେ ପୁରୀ ଜିଲ୍ଲାର ଡ଼ ଲମ୍ବୋଦର ବେହେରା ଓ ସାଥୀ, ଖୋର୍ଦ୍ଧା ଜିଲ୍ଲାର ଶ୍ରୀଯୁକ୍ତ ଦଣ୍ଡପାଣି ବାରିକ ଓ ସାଥୀ, କଟକ ଜିଲ୍ଲାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଓ ସାଥୀ, ଜଗତସିଂହପୁର ଜିଲ୍ଲାର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଟ୍ଟନାୟକ ଓ ସାଥୀ ଏବଂ ଶ୍ରୀମତୀ ଗୌରୀବାଳା ସ୍ୱାଇଁ ଓ ସାଥୀ ପାଲା

ଏବଂ ଗଞ୍ଜାମ ଜିଲ୍ଲାର ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଶ୍ରୀ ମଦନ ମୋହନ ଜେନା, ସଭାପତି, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ, ଓଡିଶା, ଶ୍ରୀ ବସନ୍ତ କୁମାର ରାଉତ, ସାଧାରଣ ସମ୍ପାଦକ, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଏବଂ ଶ୍ରୀ ଯୁଧିଷ୍ଠିର ପରିଜା, ରାଜ୍ୟ ପାଲାଗାୟକ ପରିଷଦ ଟ୍ରଷ୍ଟବୋର୍ଡ (କଲ୍ୟାଣ ପାଣ୍ଠି)ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *