ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କଲେ ଶ୍ରୀ ରାଜେଶ ପ୍ରଭାକର ପାଟିଲ

ଭଦ୍ରକ ୨୭/୧୧ /୨୦୨୫* ଗତକାଲି ର ସମୀକ୍ଷା ବୈଠକ ପରେ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଭାରତୀୟ ପ୍ରଶାସନିକ ସେବା ର ରାଜ୍ୟ ସମବାୟ ବିଭାଗ ର କମିଶନର ତଥା ସଚିବ. ବାଗୁରାଇ ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ପହଞ୍ଚି ସେଠାରେ ଖେଳୁଥିବା ପିଲାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ଖେଳ ଦୁନିଆରେ ନିଜକୁ କିପରିଭାବେ ଓଡିଶା ଏବଂ ସାରା ଭାରତ ବର୍ଷରେ ପରିଚୟ ସୃଷ୍ଚି କରିବା ସହିତ ଓଡିଶା କୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଦିବା ୧୦.୦୦ ଘଟିକା ସମୟରେ ପ୍ରଥମେ ବରପଦା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହିତ କୁନି କୁନି ପିଲାମାନଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କର ଖାଦ୍ୟର ମାନ, ଶିକ୍ଷାର ମାନ କିଭଳିଭାବେ ଉନ୍ନତ କରିହେବ ସେ ଦିଗରେ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ସେଠାରେ ଥିବା ଡି.ଏ.ଏସ୍ ସରକାରୀ ହାଇସ୍କୁଲ ପରିଦର୍ଶନ କରି ଉପସ୍ଥିତ ଥିବା ଶିକ୍ଷକ ଏବଂ ପିଲାମାନଙ୍କ ସହ ଉନ୍ନତ ଶିକ୍ଷାଦାନ ଓ ଗୁଣାତ୍ମକ ମଧ୍ୟାନ ଭୋଜନ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ହରିପୁର ସ୍ଲଜ ଷ୍ଟୋରେଜ ସେଣ୍ଟର କାର୍ଯ୍ୟର ତଦାରଖ କରିଥିଲେ, ତାହାପରେ କୋରକରା ସ୍ଥିତ କାନ୍ତ କବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ବାକିଥିବା କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ “ପୌରପାଳିକା ଅତ୍ୟାଧୁନିକ ପାଠାଗାର” କୁ ପରିଦର୍ଶନ କରି ପାଠାଗାର ନିମନ୍ତେ ସମସ୍ତ ପାରିପାର୍ଶ୍ୱିକ ସ୍ଥିତି କୁ ତଦାରଖ କରିଥିଲେ । ଶେଷରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ ଏବଂ ଉପସ୍ଥିତ ଥିବା ସାଧାରଣ ନାଗରିକମାନଙ୍କୁ ଆାହାର କେନ୍ଦ୍ର ଖାଦ୍ୟର ମାନ ସଂପର୍କରେ ପଚାରି ବୁଝିଥିଲେ । ଏଥିରେ ଜିଲ୍ଲାପାଳ ଦିଲୀପ ରାଉତରାଏ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଓ.ଏସ୍.ଡି, ଜିଲ୍ଲା କ୍ରୀଡା ଉପବିଭାଗ ରମେଶ ମହାନ୍ତି ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଏବଂ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *