ସାଇ ଭଗବାନ
ଶୀର୍ଷକ _ସାଇ ଭଗବାନ 🙏🌹
ରୀତାରାଣୀ ଦାଶ
ବାଲେଶ୍ୱର
ସାଇ ମୋ ଜୀବନ ସାଇ ମୋ ସ୍ପନ୍ଦନ
ଭରସା ତାଙ୍କର ଦୃଢ଼ତା ଆଣେ
ଶ୍ରଦ୍ଧାରେ ସବୁରି ବାର୍ତ୍ତା ପାଇଁ ପରା
ସମର୍ପିତ ପ୍ରାଣ ସାଇ ଚରଣେ |
ହେ ପ୍ରିୟ ପରମ ସତ୍ୟ ସନାତନ
ନିତ୍ୟାନନ୍ଦ ଚିରନ୍ତନ ଦେବତା
ତୁମବିନା ପ୍ରାଣ ନିଃସ୍ୱ ପ୍ରତିକ୍ଷଣ
କାୟା ବିନା ଛାୟା ଯେହ୍ନେ ବର୍ଜିତା |
ଅସୁମାରୀ ଦୁଃଖ ଘୋର ଝଡ଼ ଝଞ୍ଜା
ଦେଇଛ ଦୂରେଇ ଜୀବନୁ ସଦା
ଅଭୟ ପ୍ରଦାନୀ ତାରଣ କରିଛ
ଚିନ୍ତା ଚେତନାରେ ସାଇ ବିଧାତା |
ସାଇ ଭଗବାନ ପ୍ରତି ସମର୍ପଣ
ଜୀବନର ପ୍ରତି ମୁହୂର୍ତ୍ତମାନ
ଭରସା ରଖି ମୁଁ ପଦ ଯୁଗଳରେ
ବାହୁଛି ଜୀବନ ନଉକା ଜାଣ |
ଦୁଃଖ ସୁଖ ବେଳେ ନାଚଇ ନୟନେ
ବାବା ତୁମ ଶାନ୍ତ ମୁଖର ଜ୍ୟୋତି
ହୃଦୟେ ସୃଜନ ପ୍ରତିଧ୍ୱନି ତୁମ
ନିଏ ଯେ ଆଗକୁ ଦୂରେଇ କ୍ଲାନ୍ତି |
ଆଶା ଭରସାରେ ତୁମଠାରେ ସାଇ
କର୍ତ୍ତବ୍ୟ କରୁଛି ଶ୍ରଦ୍ଧା ସବୁରି
ମସ୍ତକରେ ରଖି ଦୁଇହାତ ପ୍ରଭୁ
କରିବ ଅକ୍ଳେଶେ ଏ ଭବୁ ପାରି |
