ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜାତୀୟ ‘ମେଧା ଅନ୍ବେଷଣ’ କାର୍ଯ୍ୟକ୍ରମ କୁ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜାତୀୟ ‘ମେଧା ଅନ୍ବେଷଣ’ କାର୍ଯ୍ୟକ୍ରମ କୁ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ଅଧ୍ୟକ୍ଷତା ରେ ଏକ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଉଦ୍ଧେଶ୍ୟ ହେଲା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ “ଜାତୀୟ ମେଧା ଅନ୍ୱେଷଣ” କାର୍ଯ୍ୟକ୍ରମ।ଏଥିପାଇଁ ନିଜକୁ ଦଳୀୟ ମୁଖ୍ୟ ସ୍ରୋତରେ ନିୟୋଜିତ କରି ଦଳ ପାଇଁ କାମ କରିବେ।ଏହି କାର୍ଯ୍ୟ ପାଇଁ ବିଭିନ୍ନ ପଦ ପଦବୀ ମଧ୍ୟ ରହିଛି।ଆବେଦନ ନିମନ୍ତେ ଦଳ ତରଫରୁ “ସ୍କାନର” ମଧ୍ୟ ପ୍ରଦାନ କରା ଯାଇଛି।ଇଚ୍ଛୁକ ବ୍ୟକ୍ତି ସ୍କେନର ମାଧ୍ୟମ ରେ ଆବେଦନ କରି ପାରିବେ।ଏଥିପାଇଁ ଦକ୍ଷ ପ୍ରତିଭାବାନ ବ୍ୟକ୍ତି ଦଳୀୟ ଉପସ୍ଥାପକ,ମୁଖପାତ୍ର,ଗଣ ମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ଭଳି ପଦପଦବୀରେ ରହି ପାରିବେ।ଏଥି ସହ ପ୍ରତି ଜିଲ୍ଲାରେ ୨ ଜଣ ସ୍ୱେଚ୍ଛାସେବୀ ରହିବେ ସେମାନଙ୍କ ମୁଖ୍ୟ କାମ ହେବ ଅଖିଳ ଭାରତ କଂଗ୍ରେସ କମିଟି ର ମାର୍ଗ ଦର୍ଶିକା ଭାବେ କାମ କରି ଦଳୀୟ କାର୍ଯ୍ୟକ୍ରମ କିଭଳି ବ୍ୟାପକ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ।ଏହି ପ୍ରକ୍ରିୟା ର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ଧାର୍ଯ୍ୟ ରହିଛି।ଇଚ୍ଛୁକ ବ୍ୟକ୍ତି ନିଜ କାର୍ଯ୍ୟ ଶୈଳୀ ପ୍ରକାରେ ଆବେଦନ କରିପାରିବେ।କୌଣସି ବୟସ ସୀମା ଧାର୍ଯ୍ୟ ହୋଇନାହିଁ।ସମସ୍ତ ବ୍ୟକ୍ତି ନିଜ ଦକ୍ଷତା ପ୍ରକାରେ ଆବେଦନ କରିପାରିବେ।ମନୋନୟନ ପ୍ରକ୍ରିୟା ମଧ୍ୟରେ କିଛି ମୌଖିକ ଓ କିଛି ଲିଖିତ ପରୀକ୍ଷା ମଧ୍ୟ ରହିଛି।
ଆଜିର ଏହି ସମ୍ବାଦଦାତା ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ,ମୁନା ତ୍ରିପାଠୀ,ବରିଷ୍ଠ ନେତା ଦିଲ୍ଲୀପ କୁମାର ବେହେରା,ଜି.ସାଇ ରାଜୁ, ଖେମରାଜ ବାଘ,ଶ୍ରୀକାନ୍ତ ମିଶ୍ର,ଆଜିର ହୁସେନ,ବୃନ୍ଦାବନ ତ୍ରିପାଠୀ,ଜିଲ୍ଲା କିଶାନ ସେଲ୍ ସଭାପତି ସନରାଜ୍ ଗଣ୍ଡ, ପ୍ରଦୀପ ସାହୁ,ଭବାନୀ ସାହୁ,ଶେଖ୍ ଆକବର ହୁସେନ,ହୁସୁନା ବାନ,ଉରୁ ବାନ୍ ଗୋପାଳ ତ୍ରିପାଠୀ ଓ ବଳରାମ ସ୍ବାଇଁ ପ୍ରମୁଖ ଙ୍କ ସହ ଜିଲ୍ଲାରୁ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *