ଅଭୁଲା ଅତୀତ ଖୋଜୁଛି ସ୍ମୃତି

ଶୀର୍ଷକ _ଅଭୁଲା ଅତୀତ ଖୋଜୁଛି ସ୍ମୃତି


ରୀତାରାଣୀ ଦାଶ
ବାଲେଶ୍ୱର

ଅଭୁଲା ଅତୀତ ସ୍ମୃତି ହୋଇ ରହେ
ହୃଦୟ ପ୍ରକୋଷ୍ଠେ ନୀରବ ଭାବେ
ପ୍ରତିଟି କ୍ଷଣରେ ଅବିସ୍ମରଣୀୟ
ଚିରଦିନ ବାସ ଆତ୍ମା ବିଭବେ |

ଆନନ୍ଦର ରଙ୍ଗେ ରଜନୀ ଛାୟାରେ
ଉଜ୍ଜ୍ୱଳ ରଙ୍ଗରେ ଅଙ୍କା ହୋଇଛି
ସମୟର ତୁଳୀ ଲିଭିଯାଏ ସିନା
ଜାଗ୍ରତ ସ୍ମୃତିରେ ଲେଖା ଯାଇଛି |

ହୃଦୟ ପ୍ରତିଜ୍ଞା ହୃଦୟ ପସନ୍ଦ
ନୀରବରେ ଶୁଣେ ଅତୀତ ସ୍ୱର
ସୂର୍ଯ୍ୟ ଉଷ୍ମତାରେ ପୁଷ୍ପର ସୁଗନ୍ଧ
ଜିଣିଯାଏ ଯେହ୍ନେ ହୃଦ ଜନର |

ମୋ ଟିକି ହୃଦୟ ଜିଣିଲ ସେମିତି
ପ୍ରୀତିରେ କରିଲ ମୋହନୀ ମନ୍ତ୍ର
ମନ ଉଦ୍ୟାନରେ ଗୋଲାପ କଢି ତ
ଭୁଲିଗଲା ପାଇ ପ୍ରେମ ର ତନ୍ତ୍ର |

ଅଧିକ ଚାହିଁଲି ତୁମକୁ ଗୋ ପ୍ରିୟ
ମନରେ ମିଶାଇ ମନ ମୋହର
ଜୀବନ ଯାତ୍ରାରେ ପ୍ରେମର ସଉଦା
କରିଦେଲ ସତେ ହୃଦ ସାଥିର |

ସାନିଧ୍ୟ କଦାପି ପ୍ରାପ୍ତ ମୁଁ କରିନି
ନୂତନ ସ୍ପନ୍ଦନ ନାମରେ ସୃଷ୍ଟି
ସାଗର ଜୁଆର ଭଟ୍ଟାପରି ହୁଏ
ଆନ୍ଦୋଳିତ ଆତ୍ମା ଯାଏ ମୋ ଫାଟି |

ନାଚନ୍ତି ଖେଳନ୍ତି ସ୍ମୃତି ଗୁଚ୍ଛ ଯେତେ
ପ୍ରତିକ୍ଷଣେ ମୋର ମନ ଗହନେ
ପ୍ରତିଶ୍ରୁତି ବଦ୍ଧା ହୋଇ ରହିଗଲି
ଅତୀତ ସ୍ମାରକ ମିଠା ସପନେ |

ଅଭୁଲା ଅତୀତ ସ୍ମୃତିକୁ ସାଉଁଟେ
ଗୋପନରେ ଚାପେ ନୟନ ନୀର
ଅବସାଦ ଭରା ବିଦଗ୍ଧ ପ୍ରାଣରେ
ଖୋଜୁଛି ସ୍ମୃତିର ରାଜକୁମାର |

Leave a Reply

Your email address will not be published. Required fields are marked *