ବାବା ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା।
:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗରାମ ପଞ୍ଚାୟତ ଅଧିନ ତୁରୁଖା ଗ୍ରାମରେ ପ୍ରାଚୀନ କାଳରୁ ପୂଜା ପାଇ ଆସୁଥିବା ବାବା ରାମେଶ୍ୱର ମହାଦେବ ଙ୍କର ନବନିର୍ମିତ ଭବ୍ୟମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ବେଶ୍ ଆଡମ୍ବର ସହିତ ପାଳନ ହୋଇଯାଇଅଛି। ଏହାପରେ ସୂର୍ଯ୍ୟ ପୂଜା ସହିତ ଯଞ ଆରମ୍ଭ ହୋଇଥିଲା।ପ୍ରଥମ ଦିନ ପାଖ ଗାଁରେ ଏକ ବିଶାଳ କଳସ ଶୋଭାଯାତ୍ରା ସହିତ ଘଣ୍ଟ ଘଣ୍ଟା ରେ ପ୍ରକମ୍ପିତ ହୋଇଉଠିଥିଲା ଗାଁ ପରିବେଶ।ଏହି ଅବସରରେ ପ୍ରଥମ ସଂଧ୍ୟାରେ ଗାଁ ଝିଅ ମାନଙ୍କର ସମ୍ମିଳନୀ ସହିତ ଗାଁ ଝିଅ ମାନଙ୍କ ଦ୍ୱାରା ନୃତ୍ୟସଙ୍ଗୀତ ପରିବେଶଣ କରାଯାଇଥିଲା। ଦିତୀୟ ସଂଧ୍ୟାରେ ଗୀତିକାର ଶ୍ରୀଚରଣ ମହାନ୍ତି ଙ୍କ ଭଜନରେ ଶିତୁଆ ସଂଧ୍ୟାରେ ଭାଗବିହୋଳ ହୋଇପଡ଼ିଥିଲେ ଦର୍ଶକ।ଶହ ଶହ ଦର୍ଶକ ଏହାର ମଜାଉଠାଇବା ସହିତ ଶେଷ ଗୀତ ପର୍ଯ୍ୟନ୍ତ ଶହଶହ ଦର୍ଶକ ଅନାଇ ବସିଥିଲେ। ତୃତୀୟ ଦିନ ଚଣ୍ଡିପାଠ ସହିତ ଯଞ କରାଯାଇ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ସଂଧ୍ୟାରେ ପୂର୍ଣ୍ଣାହୂତି ସହିତ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇଥିଲେ।ଏହାପରେ ଅଷ୍ଟପ୍ରହର ନାମଯଞ ଅନୁଷ୍ଠିତ ହୋଇଥିଲା।ତୁରୁଖା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ ସେ ସାହାଯ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
