ପୁରୁଷୋତ୍ତମପୁର ରେ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ -୨୦୨୫
ପୁରୁଷୋତ୍ତମପୁର -୨୯/୧୧ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ରେ ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଙ୍କ ପୌରୋହିତ୍ୟରେ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବ ରେ ବ୍ଲକ ଏବଂ ଏନ ଏ ସି ର ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସରକାର ଙ୍କ ଦ୍ୱାରା ଏହା ପ୍ରତି ବ୍ଲକ ଲେବଲ ରେ କରାଯାଇଥାଏ l ଏହାର ଉଦ୍ୱେଷ ହେଲା କିପରି ଛାତ୍ର ଛାତ୍ରୀ ମାନେ ବିଭିର୍ଣ୍ଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରାଜ୍ୟ ଏବଂ ଦେଶ ବିଦେଶ ରେ ନିଜ ଦେଶର କ୍ଷତି ଅର୍ଜନ କରିବେ ତାହା ଉପରେ ଆଲୋକପାତ କରାଯାଇଥିଲା l ଏହି ମହୋତ୍ସବ ରେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ l ଏତଦବ୍ୟତୀତ ପ୍ରତିଭାନ ଯୁବ ନେତା ଅନିଲ କୁମାର ପଣ୍ଡା ଓ ଯୁବ ନେତା ଯଜ୍ଞ ନାରାୟଣ ଦାଶ ଙ୍କ ବ୍ୟତୀତ ଏନ ଏ ସି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧକ୍ଷା ପିଙ୍କି ବେହେରା, ତାରାତାରିଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ ପ୍ରତିଯଗିତାରେ କୃତି ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l
