ବ୍ଲକ୍ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା
କୋଣାର୍କ,୨୯.୧୧- ପୁରୀ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ସାକ୍ଷୀଗୋପାଳ ପକ୍ଷରୁ କୋଣାର୍କ ନିକଟସ୍ଥ ଇଶାନେଶ୍ଵର ନଡିଆ ଫାର୍ମ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ୍ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। କାକଟପୁର ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶିବ ପ୍ରସାଦ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ବ୍ଳକ କୃଷି ଅଧିକାରୀ ଶାନ୍ତିଲତା ବେହେରା, ଆତ୍ମା ଅଧକ୍ଷ ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଯୋଗ ଦେଇଥିବା ଚାଷୀ ମାନଙ୍କୁ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷକ ଭାବେ ସଂଜୟ କୁମାର ସେନାପତି ଯୋଗ ଦେଇ ଚାଷ ସମ୍ବନ୍ଧୀୟ ବ୍ୟାପକ ତଥ୍ୟ ପ୍ରଦାନ କରିଥିଲେ।

ମହୁଚାଷ ପ୍ରଶିକ୍ଷକ ସନ୍ତୋଷ କୁମାର ବରାଳ କୃଷକ ମାନଙ୍କୁ ମହୁ ଚାଷ ପ୍ରଣାଳୀ ଓ ଲାଭ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରେ ପରେ ଯୋଗ ଦେଇଥିବା ଅତିଥି ମାନେ ଉଦ୍ୟାନ କୃଷି ସମ୍ବଧୀୟ ତଥ୍ଯ ପ୍ରଦାନ କରିଥିଲେ। ଆଳୁ ଚାଷ, ପିଆଜ ଚାଷ, ଅନ୍ୟାନ୍ୟ ପନିପରିବା ଚାଷ, ଆମ୍ବ, ନଡ଼ିଆ ଆଦି ଫଳ ଚାଷ କିପରି କରି ସରକାରୀ ସହଯୋଗ ପାଇ ପାରିବେ ତାହା ଉପରେ କୃଷକ ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ରବୀନ୍ଦ୍ର ବାସ୍କେ, ଗୋବିନ୍ଦ ବସ୍ତିଆ, ଯୁଗଳ କିଶୋର ବାର୍ଲା ପ୍ରମୂଖ ପରିଚାଳନା କରିଥିବା ବେଳେ କର୍ମଶାଳାରେ ଶତାଧିକ ଚାଷୀ ମାନେ ଯୋଗଦେଇଥିଲେ।
