ପୁରୀ ପୋଲିସର ଦ୍ରୁତ ତଦନ୍ତ

ପ୍ରେସ୍ ନୋଟ

ପୁରୀ ପୋଲିସର ଦ୍ରୁତ ତଦନ୍ତ, ପ୍ରମାଣ ସଂଗ୍ରହ ଓ ପୁରୀ ଏସ୍ପିଙ୍କ ପ୍ରୟାସରେ ଦୁଇଟି ପୋକ୍ସୋ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଜା

ପୁରୀ ଜିଲ୍ଲା ପୋଲିସଙ୍କ ଅବିରତ ପ୍ରୟାସ, କଠୋର ତଦନ୍ତ, ବୈଜ୍ଞାନିକ ପ୍ରମାଣ ସଂଗ୍ରହ, ତଥ୍ୟାଧାରିତ କେସ୍ ପ୍ରସ୍ତୁତି ଓ ସଂଯୁକ୍ତ ସହଯୋଗରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୋକ୍ସୋ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜି ୨୦ ବର୍ଷ କାରାଦଣ୍ଡ ପ୍ରାପ୍ତ କରିଛନ୍ତି।
ପୁରୀ SP ଶ୍ରୀ ପ୍ରତୀକ ସିଂହଙ୍କ ଦୃଢ଼ ନିର୍ଦ୍ଦେଶନାରେ ଏହି ବିଶିଷ୍ଟ ସଫଳତା ହୋଇଛି।
Brahmagiri PS Case No – 129/25 (Spl GR–30/24), TR Case No – 52/31/24, Special POCSO Court, Puri ଆଜି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି। ଦୋଷୀ ଘୋଷିତ ଅଭିଯୁକ୍ତ ହେଲେ ବରନ ଜେନା


ଧାରା: U/s– 376(2)(n) / 376(3) / 506 IPC ଏବଂ Sec–6 POCSO ଅସିତ ସହ ଜରିମାନା ₹50,000/- ଏବଂ ୨୦ ବର୍ଷ ଦଣ୍ଡ ଶୁଣାଇଛନ୍ତି। ଜରିମାନା ଅଦାୟ ନ କଲେ 1 ମାସ RI
ପୁରୀ ପୋଲିସଙ୍କ ସମୟୋପଯୋଗୀ ତଦନ୍ତ, ଚାର୍ଜସିଟ୍ ପ୍ରଦାନ ଏବଂ ଅଭିଯୋଗ ପକ୍ଷର ପ୍ରତିପାଦନ ଫଳରେ ମାମଲା ଗୋଟିଏ ଶକ୍ତିଶାଳୀ ଆକାର ନେଇଥିଲା। ଅଭିଯୁକ୍ତଙ୍କ ଅପରାଧ ପ୍ରମାଣିତ ହେବା ପରେ ଆଜି ଅଦାଲତରେ ଗୁରୁତର ସଜା ଘୋଷଣା ହୋଇଛି।

ଦ୍ୱିତୀୟ କେଶ Sadar PS Case No – 150/23 (Spl TR – 55/23) ଦୋଷୀ ଘୋଷିତ ଅଭିଯୁକ୍ତ ହେଲେ ନରେଶ ଜେନା
ଧାରା: U/s– 450 / 376(3) / 506 IPC ଏବଂ Sec–6 POCSO ACT ଅନୁସାରେ ଦଣ୍ଡ 20 ବର୍ଷ କାରାଦଣ୍ଡ ଏବଂ ଜରିମାନା ₹10,000/- ଏହାସହ ଜରିମାନା ଅଦାୟ ନ କଲେ 6 ମାସ RI। ଏହି ମାମଲାରେ ନାବାଳିକାଙ୍କ ମର୍ଯ୍ୟାଦା ଉପରେ ହୋଇଥିବା ଆକ୍ରମଣକୁ ପୁରୀ ପୋଲିସ ଗଭୀରତାର ସହିତ ନିଆଯାଇଥିଲା। ବୈଜ୍ଞାନିକ ତଦନ୍ତ, ସାକ୍ଷୀ ସଂଗ୍ରହ ଏବଂ ଭଲ ଭାବରେ ପ୍ରସ୍ତୁତ ଚାର୍ଜସିଟ୍ ଫଳରେ ଅଭିଯୁକ୍ତଙ୍କୁ ଦୋଷି ସାବ୍ୟସ୍ତ ମାନନୀୟ କୋର୍ଟ ଶୁଣାଇଛନ୍ତି। ଏହି ସଫଳତାର ପଛରେ ଏସ୍ପି ଙ୍କ ନିର୍ଦେଶରେ ଏକ ଟିମ କାର୍ଯ୍ୟ କରୁଥିଲା। ପୁରୀ SP ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ବିଶେଷ ଟିମ୍ ଦୁଇଟି ମାମଲାରେ ଶୀଘ୍ର ତଦନ୍ତ, ପ୍ରମାଣ ସଂଗ୍ରହ ଏବଂ ଅଦାଲତରେ ସୃଦୃଢ ଭାବରେ ମାମଲା ପ୍ରତିପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ସମନ୍ୱିତ ପ୍ରୟାସ ଫଳରେ ଏହି ଦୁଇଟି ମହତ୍ୱପୂର୍ଣ୍ଣ ମାମଲାରେ ୨୦ ବର୍ଷର ସଜା ଦେବାରେ ସଫଳତା ମିଳିଛି। ପୁରୀ ପୋଲିସ ନାବାଳିକାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ପ୍ରତି ସଦା ତତ୍ପର। POCSO ମାମଲାରେ Zero Tolerance Policy ଅନୁସରଣ କରାଯାଉଛି।ନାବାଳିକାଙ୍କ ଉପରେ ଅପରାଧ କରିବାକୁ ଚେଷ୍ଟା କରୁଥିବା ପ୍ରତ୍ୟେକ ଅପରାଧୀଙ୍କୁ କଠୋର ଭାବରେ ଆଇନର ଶାସନ ଦେବାକୁ ପୁରୀ ପୋଲିସ ସଂକଳ୍ପବଦ୍ଧ। SP ପୁରୀ ଶ୍ରୀ ପ୍ରତୀକ ସିଂହ କହିଛନ୍ତି “ନାବାଳିକାଙ୍କ ବିରୋଧରେ ଅପରାଧ ଉପରେ ପୁରୀ ପୋଲିସର ଅଭିଗମ Zero Tolerance।
ଶୀଘ୍ର ତଦନ୍ତ, ପ୍ରମାଣ ସଂଗ୍ରହ ଓ ଶୀଘ୍ର ନ୍ୟାୟ ନିଶ୍ଚିତ କରିବା ପାଇଁ ଆମେ ସଦା ଚେଷ୍ଟିତ ଓ ପ୍ରତିବଦ୍ଧ।”
ଏହି ଦୁଇଟି ରାୟ ମାଧ୍ୟମରେ ପୁରୀ ପୋଲିସ ନାବାଳିକାଙ୍କ ସୁରକ୍ଷା ଓ ନ୍ୟାୟ ପ୍ରତି ନିଜର ଦୃଢ଼ ସଂକଳ୍ପର ପୁନର୍ବ୍ୟକ୍ତି କରିଛି।

Leave a Reply

Your email address will not be published. Required fields are marked *