ଡିସେମ୍ବର ୧ରୁ ୫ କୋଣାର୍କ ଉତ୍ସବ ଓ ବାଲୁକା କଳା ମହୋତ୍ସବ
ଡିସେମ୍ବର ୧ରୁ ୫ କୋଣାର୍କ ଉତ୍ସବ ଓ ବାଲୁକା କଳା ମହୋତ୍ସବ।
କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ।
କୋଣାର୍କ – ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀପକ୍ଷରୁ ମୁକ୍ତାକାଶ ରଙ୍ଗ ମଞ୍ଚରେ ୩୬ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ରେ ୧୫ ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବା। ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ ତଦାରଖ କରିଛନ୍ତି।

କୋଣାର୍କ ଉତ୍ସବରେ ଚଳିତ ବର୍ଷ ଅନ୍ୟତମ ଆକର୍ଷଣ ସୁଭଦ୍ରା ଶକ୍ତି ମେଳା ଚନ୍ଦ୍ରଭାଗା ତୀର୍ଥ ପଡ଼ିଆରେ ଆୟୋଜନ କରାଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରି ସମେତ ସମସ୍ତ ବିଭାଗ ର ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ତଦାରଖ ବେଳେ ପରିମଳ, ଲାଇଟ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ସୂ ବ୍ୟବସ୍ତା କୁ କଡାକଡି କରିବା7 ସହ ସମସ୍ତ ଜନଗହଳି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରି ସୂଚନା ଦେଇଛନ୍ତି। ଆକର୍ଷଣୀୟ ଆଲୋକ ସଜାରେ ନବବଧୁ ପରି ଦେଖାଯାଉଛି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। ସାରା ଦେଶର ବଛାବଛା ନୃତ୍ୟ ଗୁରୁଙ୍କ ପାଦର ଘୁଙ୍ଗୁରର ରୁଣୁ ଝୁଣୁ ସ୍ୱରରେ ଗୁଞ୍ଜରିତ ହେବ ଶୀତୁଆ ସନ୍ଧ୍ୟା। ଆସନ୍ତା ୧ ତାରିଖରୁ ୫ତାରିଖ କୋଣାର୍କ ଠାରୁ ଚନ୍ଦ୍ରଭାଗା ଚଳ ଚଞ୍ଚଳ ହେବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ମହା ସମାରୋହ ହେବା ସହ ଚନ୍ଦ୍ରଭାଗାରେ ବାଲୁକା କଳା ଉତ୍ସବ ଅନ୍ୟତମ ଆକର୍ଷଣ। ଏଥି ସହିତ ହେଲିପ୍ୟାଡ ରେ କୋଣାର୍କ ଏନଏସି ପକ୍ଷରୁ ମୀନା ବଜାର, ଅପେରା ପାର୍ଟି, ରାମ ଦୋଳି, ଖାଦ୍ୟ ପସରା, ସହ ଅନ୍ୟାନ୍ୟ ଷ୍ଟଲ୍ ମାନ ଅୟୋଜନ କରାଯିବ ବୋଲି ସୁଚନା ମିଳିଛି।
