ଶ୍ରୀପଦେ ଏତିକି ଅଳି

ଶୀର୍ଷକ -ଶ୍ରୀପଦେ ଏତିକି ଅଳି


ରୀତାରାଣୀ ଦାଶ
ବାଲେଶ୍ୱର

ହୃଦୟ ରଥରେ ବସାଇ ଯତନେ
ପୂଜୁଛି ହେ ବନମାଳୀ
ସବୁତ ଜାଣୁଚ ସବୁ ଶୁଣୁ ଅଛ
ଭଲ ମନ୍ଦ ଆଉ ଅଳି
ପତିତପାବନ ହରି,
ତୁମ ନ୍ୟାୟ ପ୍ରଭୁ ମୋ ଆଖୁର ଲୁହ
ମୁକ୍ତି ଦିଅ କୃପାକରି |

ଦୁଃଖ ଦରିଆରେ ଭାସି ଭାସି ଯାଏ
ଥଳ କୁଳ ପାଏ ନାହିଁ
ସାଜି ରକ୍ଷା କର୍ତ୍ତା ତୁମେ ହେ ବିଧାତା
ତୋଳି ନିଅ ମୋତେ ସାଇଁ
ଦୁନିଆଁର ରଙ୍ଗ ମଞ୍ଚେ,
ତୁମେ ନିର୍ଦ୍ଦେଶକ ମହତ ମୋ ରଖ
ଗୁହାରୀ କରେ ଶ୍ରୀପଦେ |

କପାଳ ଲିଖନ କେ କରିବ ଆନ
ଏହି ମାୟା ସଂସାରରେ
ଅନ୍ତର ଯନ୍ତ୍ରଣା ଅସହ୍ୟ ହେ ସିନା
ସାହା ହୁଅ ପ୍ରଭୁ ବାରେ
ଆର୍ତ୍ତତ୍ରାଣ ଜଗନ୍ନାଥ,
ଭକତ ବାନ୍ଧବ ଦେଇ ପରାଭବ
ତୁମେ ଉଦ୍ଧାର ଗୋ ନାଥ |

ଦୀନ ଦୁଃଖିଙ୍କର ଦୁଃଖ ଶୁଣ ବୋଲି
ଦୀନବନ୍ଧୁ ତୁମ ନାମ
କୃପା ବରଷାରେ ଭିଜିଦିଅ ପ୍ରଭୁ
ଆରାଧ୍ୟ ଇଷ୍ଟ ଉତ୍ତମ
ଅନ୍ତର୍ଯ୍ୟାମୀ ନାରାୟଣ,
ଏତିକି ଵିନତୀ ରଖି ଜଗତ୍ପତି
ଶ୍ରୀପଦେ ରଖବ ମନ |

Leave a Reply

Your email address will not be published. Required fields are marked *