ମାଧପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର
ମାଧପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ୩୦ ୟୁନିଟ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ମାଧପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମାଧପୁର ଗ୍ରାମର ଯୁବ ସମାଜସେବୀ ତଥା ଶିକ୍ଷକ ଗୋପବନ୍ଧୁ ବାରିକ ଓ ଗୀତାରାଣୀ ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଉଭୟଙ୍କ ପରିବାର, ବନ୍ଧୁ ଓ ଶୁଭେଚ୍ଛୁମାନେ ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ଓ ଭଦ୍ରକ ଜିଲ୍ଲା ରକ୍ତ ଏକତା ସଂଘ ସହଯୋଗରେ ଆୟୋଜିତ ଶିବିରକୁ ଏସଡିପିଓ ତ୍ରିଲୋଚନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ପାଣି, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମାନସ ସାହୁ, ଦିଲୀପ ରାଉତ, ତ୍ୟାଗ ଭୂମିର ପ୍ରତିଷ୍ଠାତା ଅଜୟ ନାୟକ, ପ୍ରାକ୍ତନ ସମତି ସଭ୍ୟ ନରହରି ଦାସ , ସମାଜସେବୀ ମୀନକେତନ ବିଶ୍ଵାଳ ଓ ଭଦ୍ରକ ରକ୍ତ କେନ୍ଦ୍ରର ଡାକ୍ତର ଶରତ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା…….! ଶିବିରରୁ ….. ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ସୁମନ୍ତ ପଣ୍ଡା, ସୁରେଶ ଦାସ, ସୁରେଶ ବିଶ୍ଵାଳ, ତ୍ରିଲୋଚନ ବେହେରା, ନରହରି ଦାସ, ଉତ୍ତମ ବାରିକ, ହରିହର ପାଣ୍ଡବ, ସୁରେଶ ବିଶ୍ଵାଳ, ସୁରେଶ ଦାସ, ତ୍ରିଲୋଚନ ବେହେରା, ତ୍ରିଲୋଚନ ସାହୁ, ପ୍ରିୟରଞ୍ଜନ ମହାନ୍ତି, ମାଧକ୍ ମଲ୍ଲିକ, ସୁଦର୍ଶନ ଦାସ, ଲକ୍ଷ୍ମୀଧର ବାରିକ, ତପନ କୁମାର ସାହୁ ଶିବିରକୁ ପରିଚାଳନା କରିଥିବା ବେଳେ ଉଭୟ ପରିବାର ବନ୍ଧୁ ବାନ୍ଧବ ସହଯୋଗ କରିଥିଲେ।
