ସଂଗ୍ରାମର ବାର୍ତ୍ତାର ୪୭ ତମ ଜନ୍ମ ଜୟନ୍ତୀ ପାଳନ
କର୍ମଚାରୀ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କର ମୁଖପତ୍ର ମାସିକ ପତ୍ରିକା ସଂଗ୍ରାମର ବାର୍ତ୍ତାର ୪୭ ତମ ଜନ୍ମ ଜୟନ୍ତୀ ପାଳନ।
ବ୍ରହ୍ମପୁର ତା ୩୦.୧୧.୨୦୨୫ ତାରିଖରେ ବ୍ରହ୍ମପୁରର କବିସୂର୍ଯ୍ୟ ରଙ୍ଗମଞ୍ଚ ଗଂଜାମ କଳାପରିଷଦ ଠାରେ ଓଡିଶା ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କର ଏକମାତ୍ର ମାସିକ ପତ୍ରିକା ସଂଗ୍ରାମର ବାର୍ତ୍ତା ର ୪୭ ତମ ଜନ୍ମଦିନ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗ୍ରାମର ବାର୍ତ୍ତାର ପ୍ରତିଷ୍ଠାତା ତଥା ପୃଷ୍ଠପୋଷକ ଉଦୟନାଥ ମହାପାତ୍ର ସଭାପତିତ୍ୱ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ସଂଗ୍ରାମର ବାର୍ତାର ପାଠକ/ପାଠିକା , ଲେଖକ /ଲେଖିକା , ଶୁଭେଛୁ ଯୋଗ ଦେଇଥିଲେ। ଏହି ପତ୍ରିକାର ଅନ୍ୟତମ ପ୍ରତିଷ୍ଟାତା ଦିବଂଗତ ସଭ୍ୟ ରାଜେନ୍ଦ୍ର ରାଉତ, ଜଗବନ୍ଧୁ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇ ଏକ ମିନିଟ ନିରବତା ରକ୍ଷାକରି ସ୍ମୃତି ଚାରଣ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡି.ମୋହନ ରାଓ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। ଅଭ୍ୟର୍ଥନା କମିଟିର ସମ୍ପାଦକ ନଳିନୀ କାନ୍ତ ମିଶ୍ର ସମ୍ପାଦକୀୟ ବିବରଣୀ ରଖିଥିଲେ। ସଭାପତିଙ୍କ ଦ୍ୱାରା ସଂଗ୍ରାମର ବାର୍ତ୍ତାର ୪୭ ତମ ଜୟନ୍ତୀ ର ବିଶେଷ ସଂଖ୍ୟା ଉନ୍ମୋଚନ କରାଯାଇଛି ଓ ଗଂଜାମ ଜିଲ୍ଲାର ସମସ୍ତ ସଭ୍ୟଙ୍କର ସମସ୍ତ ବିବରଣୀ ଥାଇ ଏକ ଡାଟା ବେସ ପୁସ୍ତିକା ଉନ୍ମୋଚିତ କରାଯାଇଛି।
ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଂଜାମ ଜିଲ୍ଲାର ଡି.ଗୁରୁମୂର୍ତୀ ପତ୍ର, ମହର୍ଷି ସିଂ, ବି.ଧର୍ମା ରାଓ, ଏ.ସଦାନନ୍ଦ ଆଚାରି ଓ ଡି.ଶ୍ରୀନିବାସଙ୍କୁ ଅଧିକ ସଭ୍ୟା ସଂଗ୍ରହ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଂଗ୍ରାମର ବାର୍ତ୍ତାର ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ, ଏମ୍ପ୍ଲୟୀସ ଫୋରମର ସମ୍ପାଦକ ଦ୍ଵାରିକାନାଥ ମହାନ୍ତି, ମୁଦ୍ରଣ ଦାୟିତ୍ୱ ତୁଲାଉଥିବା ସଭ୍ୟ ଗୋକୁଳାନନ୍ଦ ବେହେରା, ମାନବର ସେତୁ ପତ୍ରିକାର ସମ୍ପାଦକ ଇ. ରମେଶ ଚନ୍ଦ୍ର ମହାନ୍ତି, ସହଯୋଗୀ ସମ୍ପାଦକ ବିକାଶ ଚନ୍ଦ୍ର ମହାପାତ୍ର , ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାପାତ୍ର ଉପସ୍ଥିତ ରହି ସଂଗ୍ରାମର ବାର୍ତ୍ତାର ବହୁଳ ପ୍ରସାର ପାଇଁ ସମସ୍ତଙ୍କ ପ୍ରଚେଷ୍ଟା କରିବା ଆବଶ୍ୟକ। ଆଗାମୀ ଦରମା ନିର୍ଧାରଣରେ କେନ୍ଦ୍ର ସରକାର ପୁରୁଣା ପେନ୍ସନର ଉପରେ ପ୍ରଚଣ୍ଡ ଆଘାତ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ୨୦୨୫ରେ ଅର୍ଥ ଆଇନ ସଂଶୋଧନ କରାଯାଇ ଓ.ପି.ଏସ.ପାଉଥିବା ସୁବିଧାକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆସନ୍ତା ଡିସେମ୍ବର ୧୭ ତାରିଖ ପେନସନ ଦିବସ ଅବସରରେ ପେନ୍ସନର ମାନଙ୍କ ଦାବୀ ଜଣାଇବାପାଇଁ ରାଜଭବନ ଚାଲ କାର୍ଯ୍ୟକ୍ରମ ରଖା ଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯୋଗ ଦେବାକୁ ସଭାପତି ଅନୁରୋଧ କରିଥିଲେ।
ରାଜ୍ୟ ଉପଦେଷ୍ଟା କେ.ନନ୍ଦେଷୁ ସେନାପତି,କୋରାପୁଟରୁ ଭଗବାନ ନାହକ, ଚିକିଟି ବ୍ଲକରୁ ବି.ଧର୍ମ ରାଓ, ରଙ୍ଗେଇଲୁଣ୍ଡା ବ୍ଲକରୁ କେ. କ୍ରିଷ୍ଣା ମୂର୍ତ୍ତି ରାଓ, ପାତ୍ରପୁର ବ୍ଲକରୁ ଶଶାଙ୍କ ପ୍ରଧାନ, ରାଜ୍ୟ ସଂଗଠନ ସମ୍ପାଦକ ଏ.ସତ୍ୟନାରାୟଣ ଗୁପ୍ତା, କିଶରେ ଚନ୍ଦ୍ର ମିଶ୍ର, ଜ୍ୟୋତ୍ସ୍ନା ଦେଇ, ଶିଶିର ନାୟକ, ଧରିତ୍ରୀ ସାହୁ, ଶ୍ରୀମତୀ ସାହୁ, ବସନ୍ତ କୁମାର ମହାପାତ୍ର ବାଲେଶ୍ୱରରୁ,ଜଳନ୍ଧର ବାଘ କୋରାପୁଟ, ବେଣୁଧର ଦାସ, ଭୁବନେଶ୍ୱରରୁ, ପ୍ରେମଲତା ମିଶ୍ର କଟକରୁ ବକ୍ତବ୍ୟ ରଖିଥିଲେ। ଏହାର ସଫଳତା ପାଇଁ
ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ କମିଟିର
ସମସ୍ତ ସଭ୍ୟ ସହଯୋଗ କରିଥିଲେ।
ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶଙ୍କର୍ଷଣ ପାତ୍ର ଧନ୍ୟବାଦ ଦେଇଥିଲେ।
ଡି.ମୋହନ ରାଓ, ଅଧ୍ୟକ୍ଷ,
ସଂଗ୍ରାମର ବାର୍ତ୍ତା ଜୟନ୍ତୀ ଅଭ୍ୟର୍ଥନା କମିଟି
08895120127
