ଆମ ଐତିହ୍ୟ ଆମ ଗୌରବର ବାର୍ତ୍ତା ନେଇ ଅନୁଷ୍ଠିତ ହେଲା ସାଇକ୍ଲୋଥନ।
କୋଣାର୍କ – କୋଣାର୍କ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସ କ୍ଲବ ଆନୁକୂଲ୍ଯରେ ଏକ ମେଗା ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ମନ୍ଦିରର ସିଂହାରୀ ସେବକ ମଧୁସୂଦନ ସିଂହାରୀ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଂଜନ ପଟ୍ଟନାୟକ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, କୋଣାର୍କ ପ୍ରେସ କ୍ଲବ ଉପଦେଷ୍ଟା ସଂଜୟ କୁମାର ପତି, କୋଣାର୍କ ଏନଏସି କାଉନସିଲର ସୌମ୍ୟ ସୌରଭ ଦାଶ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ବିଧୁଭୁଷଣ ନାୟକ, ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଆମ ଐତିହ୍ୟ ଆମ ଗୌରବର ବାର୍ତ୍ତା ନେଇ ଅନୁଷ୍ଠିତ ସାଇକ୍ଲୋଥନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସାଇକେଲ ଚଳାଇବା ଦ୍ବାରା ସୁସ୍ଥ ଓ ନିରୋଗ ଜୀବନଯାପନର ଏକ ଉତ୍ତମ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ପରେ ପରେ ସୂର୍ଯ୍ୟ ମନ୍ଦିର ପରିସରରୁ ଆମ ଐତିହ୍ୟ ଆମ ସଂସ୍କୃତି, ସାଇକେଲ ଚଲାଅ ସୁସ୍ଥ ରୁହ ର ବାର୍ତ୍ତା ବହନ କରୁଥିବା ମେଗା ସାଇକ୍ଲୋଥନ ସଚେତନତା କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିରର ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ, ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଂଜନ ପଟ୍ଟନାୟକ ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ସମେତ ଅନ୍ୟ ଅତିଥି ମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନେ ସଚେତନତାର ବାର୍ତ୍ତା ଛିଞ୍ଚନ କରି ସାଇକେଲ ଯୋଗେ ଦୀର୍ଘ ୧୦ କିମି ରାସ୍ତା ରାମଚଣ୍ଡୀ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହୋଦଧି ଏକାଡେମୀର ଅଧ୍ୟକ୍ଷ ଶୁଭ୍ରଜିତ ମହାପାତ୍ରଙ୍କୁ ବିଶିଷ୍ଟ ଶିକ୍ଷାବିତ ସମ୍ମାନ, ସାମ୍ବାଦିକ ଦୀପ୍ତି ରଞ୍ଜନ ପାତ୍ରଙ୍କୁ ବାଦଲ ଦାଶ ସ୍ମୃତି ସମ୍ମାନ ଓ ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁଙ୍କୁ ସ୍ବର୍ଗତ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ସ୍ମୃତି ସମ୍ମାନରେ ଔପଢକନ, ଉତ୍ତରୀୟ ଓ ସିଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାମଚଣ୍ଡୀ ଠାରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଉଦଯାପନୀ ସମାରୋହ ରେ ଅତିଥି ଭାବରେ ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡା, ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀ ଓ ସୁତନ ଗ୍ରାମପଞ୍ଚାୟତର ସମିତି ସଭ୍ୟ କାଶିନାଥ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଂଶଗ୍ରହଣ କାରୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଂପାଦକ ବିଚିତ୍ର ଓଝା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ କ୍ଲବର କୋଷାଧ୍ୟକ୍ଷ ଦୀପ୍ତି ରଞ୍ଜନ ପାତ୍ର, ଦେବୀ ପ୍ରସାଦ ନାୟକ, ଉମାକାନ୍ତ ସାହୁ,ଗୋପବନ୍ଧୁ ପତି, ଶ୍ରୀକାନ୍ତ ସିଂ, ଗଙ୍ଗାଧର ବେଉରା, ସୂର୍ଯ୍ୟ କାନ୍ତ ମିଶ୍ର,ମାନସ ଖଣ୍ଡୁଆଳ, ଆଲୋକ ରଂଜନ ରାଉତରାୟ,ବିଶ୍ୱଜିତ ରାଉତରାୟ ତାରକେଶ୍ବର ବରାଳ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
