ସାବେରୀ ଗ୍ରାମକୁ ଦୀର୍ଘ ଦିନହେଲ। ରାସ୍ତା ନାହିଁ ।
ସ୍ଥାନ- ଫିରିଙ୍ଗିଆ, ପାଙ୍ଗ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ପଞ୍ଚାୟତର ସାବେରୀ ଗାଁ କୁ ଦୀର୍ଘ ୮୫ ବର୍ଷ ହେଲା ପଥୁରିଆ ଜଙ୍ଗଲିଆ ରାସ୍ତା ରହିଁଛି । ଏହି ଗ୍ରାମକୁ ସରକାରୀ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଅସମ୍ଭବ ହୋଇପଡିଛି । ଗାଁକୁ ସ୍ୱାସ୍ଥ୍ୟ, ଅଗ୍ନିଶମ, ପୋଲିସ ଗାଡି, ଯୋଗାଣ ବିଭାଗ ଗାଡି ଯାଏପରେ ନାହିଁ । ଲୋକେ ଖ।ନ୍ଦରେ ବୋହିବହି ଜିନିଷ ପତ୍ର ନିୟନ୍ତି। କନ୍ଧମାଳ ଜିଲ୍ଲାର ବାରଗୋଟି ବ୍ଲକ ମଧ୍ୟରୁ ଫିରଙ୍ଗିଆ ବ୍ଲକ ଦ୍ଵିତୀୟ ବୃହତ ବ୍ଲକ, ଏଠି ୨୨ ଟି ପଞ୍ଚାୟତ କୁ ନେଇ ବ୍ଲକ ଗଠିତ! ହୋଇଅଛି । ଦୀର୍ଘ ୭୮ ବର୍ଷ ପରେ ମଧ୍ୟ୍ୟ ରାସ୍ତା ଟିଏ ଉପଲବ୍ଧ ଏହି ଠାରେ ହୋଇପାରି ନାହିଁ । ସାବେରୀ ଗ୍ରାମରେ ଉନ୍ନୟନ ଅଫିସର ଙ୍କ ପାଦପଡ଼େ ନାହିଁ। ସରପଞ୍ଚ ମାନେ ଦାବୀ କରୁଥିଲେ ମଧ୍ୟ୍ୟ ସ୍ୱଳ୍ପ ପାଣ୍ଠି ଯୋଗୁଁ ରାସ୍ତା ହୋଇପାରୁନାହିଁ । ଜିଲ୍ଲାପରିଷଦ ରେ ମଧ୍ୟ୍ୟ ସଭ୍ୟ ପ୍ରଶ୍ନ୍ କଲେ କେହି ଶୁଣୁ ନାହାନ୍ତି । ୧୯୮୦ ରୁ ବିଧାୟକ ଓ ସାଂସଦ ପାଣ୍ଠି ର ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏହି ଗ୍ରାମକୁ ରାସ୍ତା ପାଇଁ ଟଙ୍କାଟିଏ ଆଜିଯାଏ ମିଳି ନାହିଁ । ସିସି ରୋଡ଼ ଯୋଜନାରେ, କିମ୍ବା ଆରଡ଼ି ବିଭାଗ ରୁ ମାଟି ରାସ୍ତା ପାଇଁ ମାଟି ଡଲାଏ ମଧ୍ୟ ପଡି ନାହିଁ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ଦୃଷ୍ଟି ଆଢୁଆଳରେ ଥିବାବେଳେ ଜଙ୍ଗଲ ବିଭାଗ କିମ୍ୱା ସମ୍ମନ୍ୱିତ ଆଦିବାଦୀ ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ହୋଇପାରିନାହିଁ । ସାବେରୀ ଗ୍ରାମକୁ ଜଙ୍ଗଲ ବିଭାଗ, ଼ ଆର , ଡି ବିଭାଗ, ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ଅଞ୍ଚଳବାସୀ ଓ ସରପଞ୍ଚ , ଏମିତିକି ପିପୁଲସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର ଦାବୀ କରିଛନ୍ତି । ଦେଖିବାକୁ ବାକି ରହିଲା ସରକାରଙ୍କ ଏହି ସାବେରୀ ଗ୍ର।ମପ୍ରତି କେବେ ନଜର ପଡୁଛି,ଓ ଉତ୍ତମ ସି ସି ରୋଡ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା
