ଛାତ୍ରବତ୍ସଳ ଶିକ୍ଷକ ଙ୍କୁ ପ୍ରାପ୍ତାବସର କାଳୀନ ସମ୍ବର୍ଦ୍ଧନା
*ତିର୍ତ୍ତୋଲ : ପତିତପାବନ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରତାପ କୁମାର ସାହୁ ଙ୍କ ପ୍ରାପ୍ତାବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଅଛି | ବିଦ୍ୟାଳୟର ପ୍ରତିଷ୍ଠାତା ବିକ୍ରମ ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ପରିବାର ତୀର୍ଥ ଶିଶୁ ଅନନ୍ତ ଆଶ୍ରମ ର ସନ୍ୟାସୀ ଶ୍ରୀବାସ ଦାସ ଯୋଗଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଙ୍ଘ ର ଆବାହକ ପ୍ରଶାନ୍ତ କୁମାର ମହାପାତ୍ର, ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଜଗତସିଂହପୁର ର ଉପଦେଷ୍ଟା ନାରାୟଣ ଚନ୍ଦ୍ର ବାରିକ,ପୂର୍ବତନ ଶିକ୍ଷକ ସତ୍ୟ ରଞ୍ଜନ ସାହୁ, ଜ୍ଞାନ ବିଜ୍ଞାନ ବିଦ୍ୟାଳୟ ର ଅଧକ୍ଷ ରବିନ୍ଦ୍ର କୁମାର ସାହୁ,ସଂସ୍କୃତ ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା, ପ୍ରାଥମିକ ଶିକ୍ଷକ ସଙ୍ଘ ତିର୍ତ୍ତୋଲ ର ଉପଦେଷ୍ଟା ପଞ୍ଚାନନ କାନୁନଗୋ, ପତିତପାବନ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ପଞ୍ଚନ କୁମାର ବେହେରା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଡାକ୍ତର ସତ୍ୟ ନାରାୟଣ କାନୁନଗୋ ପ୍ରମୁଖଙ୍କ ସମେତ ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଙ୍କ ଶିକ୍ଷକ ଜୀବନ କାର୍ଯ୍ୟକାଳ, ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ଏବଂ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ | ପ୍ରଧାନଶିକ୍ଷକ ଶ୍ରୀ ସାହୁ ଜଣେ ଆମୟିକ ତଥା ଛାତ୍ରବତ୍ସଳ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇଥିବା ବେଳେ ଅବସର ପରେ ତାଙ୍କର ନିରୋଗ ଜୀବନ କାମନା କରିଥିଲେ ମଞ୍ଚାସିନ ଅତିଥିଗଣ | ସରକାର ଙ୍କ ତରଫରୁ ବ୍ଲକ ଗ୍ରାଣ୍ଟ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଚାକିରୀ ରୁ ଅବସର ପରେ କୌଣସି ସହାୟତା ରାଶି ମିଳୁ ନଥିବା ଯୋଗୁଁ ଅବସର ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ସରକାର ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦାବୀ କରିଥିଲେ | ବରିଷ୍ଠ ଶିକ୍ଷକ ବିଶ୍ୱନାଥ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଏବଂ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଦେବେନ୍ଦ୍ରନାଥ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ |
