କୋଣାର୍କ ଉତ୍ସବ ଅବସରରେ ସ୍ବଚ୍ଛତା ବାର୍ତା ନେଇ ଗଣଦୌଡ।

କୋଣାର୍କ – ବିଶ୍ୱ ପ୍ରସିଦ୍ଧ କୋଣାର୍କ ଉତ୍ସବ ଓ ଅର୍ନ୍ତଜାତୀୟ ବାଲୁକା କଳା ମୋହତ୍ସବ ଅବସରରେ ସ୍ବଚ୍ଛତା ବାର୍ତା ନେଇ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଆୟୋଜିତ ହେଇଥିବା ଏହି ଗଣ ଦୌଡ ସୂର୍ଯ୍ୟ ମନ୍ଦିର ରୁ ଶୁଭାରମ୍ଭ ହୋଇ ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଶେଷ ହୋଇଥିଲା।

ଡକ୍ଟର ବିଭୁଭୁଶଣ ନାୟକ ମୂଖ୍ୟ ଅତିଥି ସହ ମିଡିଆ ବ୍ଳକ ପାଗଡା ର ସଭାପତି ପ୍ରକାଶ କାଣ୍ଡି, ସମେତ ବସନ୍ତ ମଞ୍ଜୁରୀ ପାଠାଗାର ର ସମ୍ପାଦକ ରାମକୃଷ୍ଣ ମହାନ୍ତି ,କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିହାର ପ୍ରଶାଦ ଲେଙ୍କା ସୁବସ ବରାଜ ଉପସ୍ଥିତିରେ ଚନ୍ଦ୍ରଭାଗା ନିକଟରେ ଉଦଯାପିତ କାର୍ଯ୍ୟକ୍ରମ ହୋଇଥିଲା। ୩ ଜଣ ବିଜୟୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେଳେ କୋଣାର୍କକୁ ସୁସ୍ଥ, ସବୁଜ ଓ ସ୍ୱଚ୍ଛତା ରଖିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆୟୋଜକ ସମ୍ପାଦକ ରାମକୃଷ୍ଣ ମହାନ୍ତି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *