ପାଟରଙ୍ଗା ଗ୍ରାମପଂଚାୟତରେ ୨ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପାଟରଙ୍ଗା ଗ୍ରାମପଂଚାୟତରେ ୨ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଆକାଶ ଦାସନାୟକକୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ଗ୍ରାମପଂଚାୟତରେ ୨ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ୪ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଅନେକ ଗୁଡିଏ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ପାଟରଙ୍ଗ ଗ୍ରାମପଂଚାୟତରେ ଶିକ୍ଷାର ଉନ୍ନତି ପାଇଁ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ, ସ୍ୱାସ୍ଥ୍ୟସେବା ପାଇଁ ସବ୍‌-ସେଂଟର ନିର୍ମାଣ, ଗମନାଗମନ ପାଇଁ ରାସ୍ତା ନିର୍ମାଣ, ରାସ୍ତାର ଉନ୍ନତିକରଣ ଏବଂ ନାଳ ଉପରେ ବ୍ରିଜ୍ ନିର୍ମାଣ, କୃଷି ପାଇଁ କୃଷି ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ, ଝଐଏ ମା’ ମାନଙ୍କ ପାଇଁ ମହାସଂଘ କାର୍ଯ୍ୟାଳୟ ଓ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ, ବୟସ୍କ ଲୋକମାନେ ଭତା ନେବା ସମୟରେ ବିଶ୍ରାମ ନେବାପାଇଁ ସୁବିଧା କେନ୍ଦ୍ର ନିର୍ମାଣ, ବିବାହ, ବ୍ରତଘର, ଜନ୍ମଦିନ ଆଦି ଉତ୍ସବ ପାଳନ ପାଇଁ ୨ ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ବିଧାୟକ ଶ୍ରୀ ଦାସନାୟକ ପ୍ରତିଶ୍ରୃତି ଦେଇଛନ୍ତି ।ତଳଗଡ ଛକ ଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ପାଟରଙ୍ଗା ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ପହଂଚି ପାଟରଙ୍ଗ ଗ୍ରାମପଂଚାୟତ ନୂତନ କାର୍ଯ୍ୟାଳୟ ଗୃହ ଏବଂ ପଂଚାୟତ ଆମ ବ୍ୟାଙ୍କ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ସେହିଠାରେ ଗ୍ରାମପଂଚାୟତ ସୁବିଧା କେନ୍ଦ୍ର, ଗ୍ରାମପଂଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଓ ମାର୍କେଟ୍ କମ୍ପେ୍ଲକ୍ସ, ଗୋହିରାଗଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ବିଧାୟକଙ୍କ ଆଂଚଳିକ ହାତପାଣ୍ଠିରୁ ଅରଣ୍ୟମଦନା ଖେଳପଡିଆ ଠାରେ ଏକ ମଂଚ ନିର୍ମାଣ ପାଇଁ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପାଟରଙ୍ଗା ଗ୍ରାମପଂଚାୟତକୁ ଏକ ଆଦର୍ଶ ଗ୍ରାମପଂଚାୟତ ଭାବେ ଗଢିବା ପାଇଁ ଆଜି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଆକାଶ । ଗ୍ରାମୀଣ ଭିତିଭୂମିର ବିକାଶ ତ୍ୱରାନ୍ୱିତ ହେଲେ ସମୃଦ୍ଧ ତଥା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଶ୍ରୀ ଦାସନାୟକ କହିଥିଲେ l

Leave a Reply

Your email address will not be published. Required fields are marked *