ବିଶ୍ଵ ଏଡ୍ସ ଦିବସ ପାଳିତ

ବିଶ୍ଵ ଏଡ୍ସ ଦିବସ ପାଳିତ
୧.୧୨.୨୫/ଗୋଡିପଡା /ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ା ଯୁବ ରେଡ୍ କ୍ରସ୍ ବିଭାଗ ଦ୍ଵାରା ବିଶ୍ଵ ଏଡ୍ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଉଷାରାଣୀ ପଟ୍ଟନାୟକ ଯୋଗଦେଇ ସୁସ୍ଥ ରହିବା ଆମର ପରମ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଅଧ୍ୟାପକ ଲକ୍ଷ୍ମୀଧର ଦାସ ଯୋଗଦେଇ ସୁସ୍ଥ ସମାଜ ପାଇଁ
ଛାତ୍ର ଛାତ୍ରୀ ମାନଙ୍କଠାରେ ଏଡ୍ସ ସଚେତନତା ଓ ସେବା ଭାବନା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ବିଜ୍ଞାନଗାର ସହାୟକ ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ମହାପାତ୍ର ବିଶ୍ଵ ଏଡ୍ସ ଦିବସ ପାଳନ ର ମହତ୍ତ୍ଵ ବିଷୟ ରେ କହିଥିଲେ। ତର୍କ ପ୍ରତିଯୋଗିତାରେ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ରକୁ ପୁରସ୍କୃତ କରାଯାଇଥିଲା । ଯୁବ ପରାମର୍ଶ ଦାତା ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ରୀଡା ଅଧ୍ୟାପକ ଚିତ୍ତରଞ୍ଜନ ମହାପାତ୍ର ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *