କନସିଂହା ସରକାରୀ ସତ୍ୟସେବା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ପଦ୍ମପୁର, ୦୧/୧୨ : ବରଗଡ଼ ଜିଲ୍ଲା କନସିଂହା ସତ୍ୟସେବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକର୍ଯ୍ୟକୁ ଅରୁଣ କୁମାର ବଣିଆ ପରିଚାଳନା କରିଥିଲେ । ଚନ୍ଦନା ଚନ୍ଦ୍ରପ୍ରଭା ପଧାନ, ରୋଶନୀ ଦେହେରୀ, ଦାଶରଥି ମହାନନ୍ଦ, ଜିତେନ୍ଦ୍ରିୟ ଗିଙ୍ଗରା, କେଶବ ମେହେର, ବଳରାମ ଦେହେରୀ, ହରିହର ସାହୁ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ ସହଯୋଗ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ମାଖୁନୁ ସାହୁ ତଥା ବିରଞ୍ଚି ସାହୁ ଉପସ୍ଥିତ ଥିଲେ । ସଂସ୍କୃତ ଶିକ୍ଷକ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଶେଷରେ ବାଜା ରୋଷଣୀ ସହିତ ସମସ୍ତ ଗ୍ରାମବାସୀ ଗୋଡ଼ଧୋଇ ଗ୍ରାମ ପରିକ୍ରମା କରି ତାଙ୍କ ପଦ୍ମପୁରସ୍ଥିତ ବାସଭବନକୁ ଛାଡ଼ିବାପାଇଁ ଯାଇଥିଲେ ।
