ଦୃଷ୍ଟି ଦିବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କ ପାଇଁ ବୈଷୟିକ ତାଲିମ୍ କେନ୍ଦ୍ର ଉଦ୍ଘାଟନ
ନୟାଗଡ଼ ତା ୦୧.୧୨.୨୦୨୫ରିଖ ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ପୁନର୍ବାସ କ୍ଷେତ୍ର ରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଆନୁକୁଲ୍ୟରେ ଓ ଏନ୍.ଏ.ବି.ଇଣ୍ଡିଆ ସେଣ୍ଟର ଫର୍ ବ୍ଲାଇ ନଡ୍ଡ ଓମେନ୍ ଆଣ୍ଡ ଡିଜାବିଲିଟୀ ଷ୍ଟଡି, ନୂଆଦିଲ୍ଲୀ ଙ୍କ ଆର୍ଥିକ ସହାୟତା ରେ ଆଜି ଦୃଷ୍ଟି ଦି ବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ତ୍ରୟୀ ମାସିକ ତାଲିମ୍ କେନ୍ଦ୍ର ଉଦ୍ଘାଟନ ହୋଇଯାଇଅଛି l ଏହି ବୈଷୟିକ ତାଲିମ୍ କେନ୍ଦ୍ର, ଉପଖଣ୍ଡୀ ୟ ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଅଛି l ପ୍ରଥମ ପର୍ଯ୍ୟାୟ ରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୦ ଜଣ ଦୃଷ୍ଟି ଦି ବ୍ୟାଙ୍ଗ ଯୁବକ ଯୁବତୀ ଏହି କେନ୍ଦ୍ରରେ ପଞ୍ଜୀକୃତ ହୋଇ ଛନ୍ତି l ସେମାନଙ୍କୁ ବୈଷୟିକ ତାଲିମ୍ ଦାତା ବିଚିତ୍ର ପ୍ରଧାନ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି l ବର୍ତ୍ତମାନର ବଜାର ଚାହିଦା କୁ ଦୃଷ୍ଟିରେ ରଖି ପୋଷାକ ପ୍ୟାକେଜିଂ, ଫିନାଇଲ ପ୍ରସ୍ତୁତି, ମହମ୍ ବତୀ ଓ ଚକ୍ ପ୍ରସ୍ତୁତି ଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ ଓ ବିଭିନ୍ନ କମ୍ପାନୀ ରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ l ଗୋଟିଏ ବର୍ଷରେ ଚାରି ଟି ପର୍ଯ୍ୟାୟ ରେ ୪୦ ଜଣ ଦୃଷ୍ଟି ଦିବ୍ୟାଙ୍ଗ ଙ୍କୁ ପ୍ରଶିକ୍ଷଣ ଓ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି l ଏହି କାର୍ଯ୍ୟକ୍ରମ କୁ ସେବାର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଓ ବରିଷ୍ଠ ସ୍ବତନ୍ତ୍ର ଶିକ୍ଷକ ଲୋକ ଜିତ୍ ପରିଡ଼ା ସଞ୍ଚାଳନ କରିଥିଲେ l
