ମା ଦୁର୍ଗାଦେବୀଙ୍କ ମନ୍ଦିର ନିର୍ମାଣାର୍ଥେ ଭିତ୍ତିପ୍ରସ୍ତର ସ୍ଥାପନ।

ମା ଦୁର୍ଗାଦେବୀଙ୍କ ମନ୍ଦିର ନିର୍ମାଣାର୍ଥେ ଭିତ୍ତିପ୍ରସ୍ତର ସ୍ଥାପନ।ବଡ଼ଚଣା :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ନେଳିଆ ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ମା ଦୁର୍ଗାଦେବୀଙ୍କ ମନ୍ଦିର ନିର୍ମାଣର୍ଥେ ରବିବାର ଦିନ ବଡଚଣାର ମାନ୍ୟବର ବିଧାୟକ ଅମର କୁମାର ନାୟକଙ୍କ ଦ୍ୱାରା ମନ୍ଦିରର ଭିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ବିଜେପି ସଭାପତି ଅଜୟ କୁମାର ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଅମର କୁମାର ନାୟକ ମୁଖ୍ୟ ବକ୍ତା ଭାବରେ ଜିଲା ବିଜେପି ସଂଯୋଜକ ବିକାଶ କୁମାର ମହାପାତ୍ର ଯୋଗଦେଇ ଓଜୋସ୍ୱିନୀ ବକ୍ତବ୍ୟ ରଖିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଆତ୍ମାର ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ସେନାପତି, ଛତିଆ ମଣ୍ଡଳ ସଭାପତି ବିଶ୍ୱଜିତ୍ ସାମଲ, ମହାବିନାୟକ ମଣ୍ଡଳ ସଭାପତି ମାନସ ରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ବହୁ ମୂଲ୍ୟବାନ ମତ ପୋଷଣ କରିଥିଲେ।ପରିଶେଷରେ ବିଜେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *