ସେମାନଙ୍କ ଚାକିରୀ ସିନା ଛୋଟ.ହେଲେ ମାନବିକତାର ଧର୍ମ ସେମାନ ପାଖରେ ବେଶ ମହଜୁଦ ଥିଲା
ସେମାନଙ୍କ ଚାକିରୀ ସିନା ଛୋଟ… ହେଲେ #ମାନବିକତାର ଧର୍ମ ସେମାନ ପାଖରେ ବେଶ ମହଜୁଦ ଥିଲା..ସାଧାରଣ ଫୋଟୋ ଟିଏ ନୁହେଁ… ଏଇତ ନିରୁତା ମଣିଷ ପଣିଆ… ଏମାନେ ଆଜି ଚାକିରିରୁ ଅବସର ଗ୍ରହଣ କଲେ… ହେଲେ ପୌର କର୍ତୃପକ୍ଷ ତଥା ପୌରାଧକ୍ଷା ନିରୁପମା ଖଟେଇ, ଇ.ଓ ସ୍ନେହଲତା ଆଚାର୍ଯ୍ୟ… ସମସ୍ତ ପୌର କାଉଁଷିଲର, ପୌର ଯନ୍ତ୍ରୀ ଗଣ, ପୌର କର୍ମଚାରୀ ଯେଉଁ ଭଳି ନିଜେ ଅପରିଷ୍କାର ପରିବେଶକୁ ଖାତିରି ନକରି ନିଜ ଜୀବନକୁ ପ୍ରତି ମୁହୂର୍ତ୍ତରେ ବାଜି ଲଗେଇ ଆମ ନୟାଗଡିଆଙ୍କୁ ସଫା ସୁତୁରା ରଖି ଏକ ସ୍ୱାସ୍ଥ୍ୟବାନ ଜୀବନ ବିତେଇବାପାଇଁ ଅହରହ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲେ ନୟାଗଡ ନାରାୟଣ ପାର୍କର ମୁଖ୍ୟ ମାଳି ଜଳଧର ପ୍ରଧାନ ସମସ୍ତଙ୍କ ପ୍ରିୟ ବୁଲୁ ପ୍ରଧାନ… ଅଳିଆ ବୋହୁଥିବା ଟ୍ରାକ୍ଟର ଗାଡିର ଡ୍ରାଇଭର ଅତବୁର ରହମନ ଖାଁ… ଅଳିଆ ସଫା କରୁଥିବା ମେହେନ୍ତର ବାଲିଆ ଦଳେଇଙ୍କୁ ଏକ ସମ୍ଭାନ୍ତ ପରିବେଶରେ ଲୋତକ ଭରା ପରିବେଶରେ ସେମାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ସମଗ୍ର ସହରରେ ଚର୍ଚ୍ଚା ଜୋର ଧରିଛି… ସ୍ୱଳ୍ପ ଦରମା ଯୋଗୁଁ ସେମାନଙ୍କ ଚାକିରୀ ସିନା ଛୋଟ… ହେଲେ ମାନବିକତାର ଧର୍ମ ସେମାନ ପାଖରେ ବେଶ ମହଜୁଦ ଥିଲା..ଆଉ ସେମାନେ ଲୋକଙ୍କ ପାଖରେ ବିରାଟ ଥିଲେ…*ଅବସର ନେଲେ ନୟାଗଡ ମୁନିସିପାଲିଟିର ୩ କର୍ମଚାରୀ l
