୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା କ୍ୱାଟରରେ ଓଡିଶା ମହିଳା ଦଳ
ପୁରୀ ୬/୨- ଅନୁଷ୍ଠିତ ମହିଳା ବିଭାଗ ପ୍ରି କ୍ୱାଟର ମ୍ୟାଚରେ ହିମାଚଳ ପ୍ରଦେଶ ଦଳକୁ 09-00 ସ୍କୋର ବ୍ୟବଧାନରେ ପରାସ୍ତ କରି ଓଡିଶା ମହିଳା ଦଳ ବିଜୟ ଅଭିଯାନ ଜାରି ରଖିବା ସହିତ କ୍ୱାଟର ଫାଇନାଲ ରେ ପ୍ରବେଶ କରିଛି। ସେହିପରି ଆଜି ମହିଳା ବିଭାଗରେ ଅନୁଷ୍ଠିତ ଅନ୍ୟ ପ୍ରି କ୍ୱାଟର ମ୍ୟାଚ ଗୁଡିକରେ କେରଳା 08-01 ରେ ହରିୟାନ କୁ, ଛତିଶଗଡ଼ 10-00 ରେ ପଣ୍ଡିଚେରୀ କୁ,ଦିଲ୍ଲୀ 15-00 ରେ ଇଣ୍ଡିଆନ ଅଏଲ କୁ ହରାଇଛି।ଏହା ପୂର୍ବରୁ ଅନୁଷ୍ଠିତ ଲିଗ ମ୍ୟାଚ ଗୁଡିକରେ କେରଳା 15-00ରେ ମଣିପୁର କୁ,ମହାରାଷ୍ଟ୍ର10-00 ରେ ପଶ୍ଚିମବଙ୍ଗ କୁ ,ଆନ୍ଦ୍ରପ୍ରଦେଶ 11-01ରେ ଚଣ୍ଡୀଗଡ଼ କୁ,ପଞ୍ଜାବ 10-00ରେ ତାମିଲ ନାଡୁକୁ,ତେଲେଙ୍ଗାନା12-00ରେ ଉତ୍ତର ପ୍ରଦେଶକୁ, କର୍ଣ୍ଣାଟକ13-03ତାମିଲନାଡୁ କୁ,ରାଜସ୍ଥାନ10-00ରେ ପଶ୍ଚିମବଙ୍ଗ କୁ ହରାଇଛି।ସେହିପରି ପୁରୁଷ ବିଭାଗ ରେ ଅନୁଷ୍ଠିତ ଲିଗ ମ୍ୟାଚ ଗୁଡିକରେ ଦିଲ୍ଲୀ 08-00ରେ ବିହାର କୁ, ପଣ୍ଡିଚେରୀ12-02ରେ ମେଘାଲୟକୁ, କୁ,ଚଣ୍ଡୀଗଡ଼ 08-00 ରେ ଇଣ୍ଡିଆନ ଅଏଲ କୁ, ମହାରାଷ୍ଟ୍ର 09-00ରେ ଜମ୍ମୁ କାଶ୍ମୀରକୁ,ଜମ୍ମୁକାଶ୍ମୀର09-00 ଉତ୍ତର ପ୍ରଦେଶ କୁ ,ଗୁଜରାଟ 01-00ରେ କାର୍ଣ୍ଣାଟକକୁ,ଛତିଶଗଡ଼ 11-00ରେ ମଣିପୁରକୁ,ଆନ୍ଦ୍ର ପ୍ରଦେଶ 10-00ରେ ପଶ୍ଚିମବଙ୍ଗ କୁ,ହିମାଚଳ ପ୍ରଦେଶ 14-03ରେ ତାମିଲନଦୀକୁ,ଦିଲ୍ଲୀ07-02ରେ ମେଘଲୟକୁ,୩ଟିଶଗଡ଼ 07-00ହିମାଚଳ ପ୍ରଦେଶକୁ,ପଣ୍ଡିଚେରୀ07-06ରେ ବିହାରକୁ, କେରଳା 11-00ରେ ମଣିପୁରକୁ ,ଇଣ୍ଡିଆନ ଅଏଲ 11-00ରେ ତାମିଲନାଡୁ କୁ ,ତେଲେଙ୍ଗାନା12-00ରେ ପଶ୍ଚିମବଙ୍ଗ କୁ ହରାଇଛି। ଏହି ଚାମ୍ପିଅନ ସିପର ଆସନ୍ତାକାଲି ଉଭୟ ବିଭାଗର ପ୍ରି କ୍ୱାଟର ଓ କ୍ୱାଟର ଫାଇନାଲ ମ୍ୟାଚ ସମେତ ସୁପର ଲିଗ ମ୍ୟାଚ ଅନୁଷ୍ଠିତ ହେବ। ଆଗାମୀ 9 ତାରିଖ ଦିନ ଏହି ସର୍ବ ଭାରତୀୟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସେହିଦିନ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।ତାଲବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଏହି ସର୍ବଭାରତୀୟ ପ୍ରତିଯୋଗିତା ସୁଚାରୁ ରୁପେ ସଂଚାଳ ନେଇ ଭାରତର ବିଭିନ୍ନ ପ୍ରାନ୍ତ ରୁ 100 ରୁ ଅଧିକ ବୈଷୟିକ ଅଧିକାରୀ ଯୋଗଦେଇଛନ୍ତି।ଆଜି ପୁରୀ ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଅତିଥିଭାବେ ଯୋଗଦାନ କରି ଥିବା ବେଳେ ଖେଳାଳି ମାନଙ୍କ ସହିତ ଭେଟିବା ସହିତ ଉତ୍ସାହିତ କରିଥିଲେ।ପୁରୀ ଜିଲ୍ଲା ପ୍ରଶାସନର ସହଯୋଗ ତଥା ରାଜ୍ୟ ସଫ୍ଟବଲ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ପରିଚାଳନାରେ ସଫ୍ଟବଲ ସଙ୍ଘର ରାଜକିଶୋର ପଟ୍ଟନାୟକ,ସୌମିତ୍ର ହରିଚନ୍ଦନ,ସତିକାନ୍ତ ପଟ୍ଟନାୟକ,ସୌରଭ ରଥ,ଏଲୋଡ଼ା କାନୁନଗୋ, ଅରବିନ୍ଦ ଦାସ,ସୁଚାରିତା ପଟ୍ଟନାୟକ,ସୌଭାଗ୍ୟ ସାହୁ,ସୌମ୍ୟା ରଞ୍ଜନ ସାହୁ,ବିଭୁ ପଶୁପାଳକ,ଅମୀୟ ନାଗ ,ଅଶୋକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
